NCERT ପୁସ୍ତକରେ ସାବରକରଙ୍କୁ ଗୁରୁତ୍ୱ, ବିରୋଧ କଲା କଂଗ୍ରେସ

Published By : Prameya-News7 Bureau | August 17, 2025 IST

ଭୁବନେଶ୍ବର ୧୭।୮: NCERT ପୁସ୍ତକରେ ଦୁଇଟି ନୂଆ ମଡେଲ ଜାରି କରାଯାଇଛି । ଏଥିରେ ମହାତ୍ମା ଗାନ୍ଧୀଙ୍କୁ ଗୌଣ କରାଯାଇ ସାବରକରଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହାକୁ ଆମେ ବିରୋଧ କରୁଛୁ ବୋଲି କଂଗ୍ରେସ ନେତା କହିଛନ୍ତି । 

କଂଗ୍ରେସ ମିଡିଆ ମେଡ଼ିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାଶ, କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ପ୍ରେସମିଟ୍ କରି ଏହାକୁ ବିରୋଧ କରିଛନ୍ତି । କେତେ ଦିନ ଏଭଳି ପ୍ରହସନ ଚାଲିବ ବୋଲି କଂଗ୍ରେସ କହିଛି । ଯିଏ ପେନସନ ନେଇ ବ୍ରିଟିଶଙ୍କୁ ସହଯୋଗ କରୁଥିଲେ ତାଙ୍କୁ ଅନେକ ସ୍ୱାଧୀନତା ସଂଗ୍ରାମ ଠାରୁ ଉଚ୍ଚରେ ରଖାଯାଉଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ଦେଶର ଇତିହାସକୁ କଦର୍ଯ୍ୟ କରାଯାଇଛି । ଏ ଦେଶ ଏଭଳି ଅକ୍ଷମଣୀୟ ଭୁଲ୍ ପାଇଁ ବିଜେପିକୁ କେବେ କ୍ଷମା ଦେବନାହିଁ ।

You Can Read:

ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କୁ ଟାର୍ଗେଟ୍, ପ୍ରତି ମାସରେ ଦେବେ ରିପୋର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.