୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା, ମାହାଙ୍ଗାରୁ ଦେବେନ୍ଦ୍ର ସାହୁ

Published By : Prameya-News7 Bureau | April 18, 2024 IST

ଭୁବନେଶ୍ୱର ୧୮।୦୪ : ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଏହି ପର୍ଯ୍ୟାୟରେ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜାତୀୟ କଂଗ୍ରେସ । ମାହାଙ୍ଗାରେ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର ମଧ୍ୟରୁ ପ୍ରକାଶ ଜେନା, ଭୁବନେଶ୍ୱର ଉତ୍ତରରୁ ଅଶୋକ ଦାସ ରହିଛନ୍ତି । 

ଭୁବନେଶ୍ୱର ମଧ୍ୟରେ ହେବ ତ୍ରିକୋଣୀୟ ଲଢେଇ ହେବ। ଯେଉଂଥିରେ ପ୍ରକାଶ ଜେନା ସିଧାସଳଖ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏବଂ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଟକ୍କର ଦେବେ । ସେହିଭଳି ଭୁବନେଶ୍ୱର ଉତ୍ତରରେ ବିଜେଡି ସୁଶାନ୍ତ ରାଉତ ଏବଂ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ କଡା ଫାଇଟ୍‌ ଦେବେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ । ଅନ୍ୟପଟେ ସତ୍ୟବାଦୀ ନିର୍ବାଚନ ମଣ୍ଡଳରେ ଦେଖିବାକୁ ମିଳିବ ରୋଚକ ଲଢ଼େଇ। ବିଜେଡିର ଟାଣୁଆ ନେତା ସଞ୍ଜୟ ଦାଶ ବର୍ମା ଓ ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କୁ ସିଧାସଳଖ ଟକ୍କର ଦେବେ କଂଗ୍ରେସ ସେନାପତି ମନୋଜ ରଥ । ସେହିଭଳି ମାହାଙ୍ଗାରେ ବିଜେଡିର ଟାଣୁଆ ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଏବଂ ବିଜେପିର ସୁମନ୍ତ କୁମାର ଘଡେଇଙ୍କୁ କଡ଼ା ଟକ୍କର ଦେବେ କଂଗ୍ରେସର ଦେବେନ୍ଦ୍ର ସାହୁ । 

 

 

 

  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.