ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

Published By : Prameya-News7 Bureau | April 30, 2024 IST

ଆନନ୍ଦପୁର: ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଛି। ତଥାପି ଏବେ ବି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏହିକ୍ରମରେ ମଙ୍ଗଳବାର ବିଜେଡି ଛାଡ଼ିଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। କିନ୍ତୁ କେଉଁ କାରଣରୁ ଇସ୍ତଫା ଦେଲେ ତାହା ସ୍ପଷ୍ଟ କରି ନ ଥିଲେ ହେଁ ଟିକେଟ୍ ନ ମିଳିବାରୁ ସେ ଦଳ ଛାଡ଼ିଥିବା କୁହାଯାଉଛି। 

ଏଥର ନିର୍ବାଚନରେ ଭାଗିରଥୀପ୍ରାର୍ଥୀ ହେବେ ବୋଲି ବହୁ ଆଶା କରିଥିଲେ। ହେଲେ ଦଳ ତାଙ୍କୁ ନିରାଶ କରିଥିଲା। ତାଙ୍କ ସ୍ଥାନରେ ଅଭିମନ୍ୟୁ ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ। ତାଙ୍କର ବିଜେଡି ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଉ ଆଜି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। 

Also read: ବିଧାନସଭା ପାଇଁ ଶେଷ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କାକଟପୁରରୁ ଲଢ଼ିବେ ବିଶ୍ବଭୂଷଣ ଦାସ

ଭାଗିରଥୀ ସେଠୀ ୨୦୦୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ରେ ଦଳ ତାଙ୍କ ଟିକଟ କାଟି ମାୟାଧର ଜେନାଙ୍କୁ ପ୍ରାର୍ଥୀ କରିଥିଲା। ଯେଉଁ କାରଣରୁ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ୍‌ ହୋଇଥିଲେ ହେଁ  ନିର୍ବାଚନ ନ ଲଢି ନିଜର ସଙ୍ଗଠନକୁ ସମ୍ଭାଳି ଥିଲେ।

ଆଉ ୨୦୧୯ ସାଧାରଣ ନିର୍ବାଚନରେ ଭାଗିରଥୀଙ୍କୁ ବିଜେପି ଆନନ୍ଦପୁରରୁ ପ୍ରାର୍ଥୀ କରିଥିଲା। ତାଙ୍କର ବିଜୟ ସମ୍ଭାବନା ଅଧିକ ଥିବା ଜାଣି ବିଜେଡି ତାଙ୍କୁ ଦଳରେ ମିଶାଇବାକୁ ଖୋଲା ଅଫର ଦେଇଥିଲା। ଆଉ ଏଥିର ପ୍ରଲୋଭିତ ହୋଇ ଶ୍ରୀ ସେଠୀ ବିଜେପି ଟିକେଟ ଫେରାଇ ବିଜେଡିରେ ସାମିଲ ହୋଇଥିଲେ। ଆଉ ଦ୍ଵିତୀୟ ଥର ବିଧାନସଭାକୁ ଯାଇଥିଲେ। 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.