ଭୁବନେଶ୍ୱର ୦୧।୦୫ : ନିର୍ବାଚନୀ କସରତ । ପ୍ରଚାର ଏବଂ କ୍ୟାମ୍ପେନିଂରେ ଲାଗିପଡିଛନ୍ତି ସବୁ ଦଳ । ଏହିକ୍ରମରେ ବିଜେପି ମଧ୍ୟ ପଛରେ ନାହିଁ । ପ୍ରଥମେ ଅମିତ ଶାହା, ପରେ ରାଷ୍ଟ୍ରୀ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିଥିଲେ । ଏବଂ ବିଭିନ୍ନ ସ୍ଥାନରେ ପ୍ରଚାର ସହ କର୍ମୀଙ୍କୁ ଆଗାମୀ ନିର୍ବାଚନ ନେଇ ଦେଇଛନ୍ତି ଗୁରୁମନ୍ତ୍ରୀ । ଆଉ ଏବେ ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ଉପସଭାପତି ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ହାଇଭୋଲଟେଜ ପ୍ରଚାର । ଗୋଟିଏ ଦିନରେ ଦୁଇଟି ଲାକସଭା କ୍ଷେତ୍ରରେ ମୋଦିଙ୍କ କାର୍ଯ୍ୟକ୍ରମ ରହିଛି । ପ୍ରଥମ ବ୍ରହ୍ମପୁର ଏବଂ ପରେ ନବରଙ୍ଗପୁରରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ବ୍ରହ୍ମପୁର ଠାରେ ସମାବେଶ କରିବେ । ଏହାପରେ ଅପରାହ୍ନରେ ନବରଙ୍ଗପୁର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଉଭୟ ସମାବେଶରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଶେଷ ପର୍ଯ୍ୟାୟ ନିର୍ବାଚନ ଭିତରେ ଓଡିଶାକୁ ମୋଦିଙ୍କ ଘନ ଘନ ଓଡିଶା ଗସ୍ତ ରହିଛି ।