ରୋଡ୍ ଶୋ’ ପାଇଁ ଟ୍ରାଫିକ୍ କଟକଣା, ଦିନ ୨ଟାରୁ ମାଷ୍ଟର କ୍ୟାଣ୍ଟିନ-ବାଣୀବିହାର ଏବଂ ୪ଟାରୁ ବାଣୀବିହାର-ମାଷ୍ଟର କ୍ୟାଣ୍ଟିନ ଗାଡି ଚଳାଚଳ ମନା

Published By : Prameya-News7 Bureau | May 09, 2024 IST

ଭୁବନେଶ୍ବର ୯।୫: ଶୁକ୍ରବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ’ରେ ଯୋଗଦେବେ ମୋଦି । ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଓଡିଶା ଅର୍ବାନ ପୋଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡିଶା ଆକ୍ଟ ୨୦୦୭ ଧାରା ୮) ଏବଂ ପୋଲିସ କମିଶନରେଟ୍ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ ନିମ୍ନଲିଖିତ ଟ୍ରାଫିକ୍ ନିର୍ଦ୍ଦେଶନାମା ଲାଗୁ କରାଯାଇଛି ।

- ୧୦ ତାରିଖ ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ପର୍ଯ୍ୟନ୍ତ ଜନପଥ ଯାହାକି ମାଷ୍ଟର କ୍ୟାଣ୍ଟିନଠାରୁ ବାଣୀବିହାର ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରିପାରିବେ ନାହିଁ ।

- ୧୦ ତାରିଖ ଅପରାହ୍ନ ୪ଟାରୁ ରୋଡ୍ ଶୋ’ ସରିବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରିପାରିବେ ନାହିଁ ।

-ଜନପଥ (ମାଷ୍ଟର କ୍ୟାଣ୍ଟିନ-ବାଣୀବିହାର ଏବଂ ବାଣୀ ବିହାର-ମାଷ୍ଟର କ୍ୟାଣ୍ଟିନ) ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଉପରଲିଖିତ ତାରିଖ ଏବଂ ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ ।

ତେଣୁ ଏହି ନିର୍ଦ୍ଦେଶନାମା ଅନୁସାରେ ମାଷ୍ଟର କ୍ୟାଣ୍ଟିନ ଓ ବାଣୀବିହାର ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ନିମନ୍ତେ କମିଶନରେଟ୍ ପୋଲିସ, ଭୁବନେଶ୍ବର-କଟକ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

You Can Read :

ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ, କହିଲେ- ମୁଁ ଲଢ଼ୁନାହିଁ, ଲଢ଼ୁଛନ୍ତି ସ୍ୱାଭିମାନୀ ଭଦ୍ରକବାସୀ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.