ମୁମ୍ୱାଇ : କମେଡି କ୍ୱିନ ଭାରତୀ ସିଂହ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି। ସେ ଏବେ ଗର୍ଭବତୀ ଅଛନ୍ତି। ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ସେ ଏହି ଖୁସି ଖବର ଦେଇଛନ୍ତି। ଇନଷ୍ଟାଗ୍ରାମ୍‌ର ସେୟାର କରାଯାଇ ଥିବା ଫଟୋରେ ଭାରତୀ ନିଜର ବେବି ବମ୍ପ ଫ୍ଲଣ୍ଟ କରିବାର ନଜର ଆସୁଛନ୍ତି। ତାଙ୍କ ସ୍ୱାମୀ ହର୍ଷ ଲିମ୍ୱାଚିଆ ତାଙ୍କ ଉପରେ ଖୁବ୍‌ ଖୁସି ବ୍ୟକ୍ତି କରିବା ଦେଖାଯାଉଛି।

ଭାରତୀଙ୍କ ସହ ଲକ୍ଷ୍ୟ ଓରଫ ଗୋଲାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏହି ଖୁସି ଖବର ସେୟାର କରାଯାଇଛି। ଏହି ଆକାଉଣ୍ଟକୁ ଭାରତୀ ଓ ହର୍ଷ ହିଁ ଚଳାନ୍ତି ଏବଂ ସେ ନିଜ ପୁଅର ଆକାଉଣ୍ଟରେ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଟି-ସାର୍ଟ ପିନ୍ଧିଥିବା ନଜର ଆସୁଛି। ଟି-ସାର୍ଟରେ ଲେଖା ଅଛି, ମୁଁ ବଡ଼ ଭାଇ ହେବାକୁ ଯାଉଛି। ସେ ପୋଷ୍ଟ ସହ କ୍ୟାପସନରେ ଲେଖିଛନ୍ତି , ଏବେ ମୋ ଠାରୁ ମଧ୍ୟ ସାନ କିଏ ଆସୁଛି। 

Bharti Singh and Haarsh Limbachiyaa announce second pregnancy, comedienne  shares baby bump pic

ଆପଣଙ୍କୁ କହି ରଖୁଛି , ଭାରତୀ ଓ ହର୍ଷ ୨୦୨୨ମସିହାରେ ପ୍ରଥମର ପିତାମାତା ହୋଇଥିଲେ। ପୁଅ ଲକ୍ଷ୍ୟ ଓରଫ ଗୋଲାକ ଜନ୍ମ ଦେବା ପରେ ଭାରତୀ ଅନେକ ଥର ଇଣ୍ଟରଭ୍ୟୁରେ କହି ସାରିଛନ୍ତି ଯେ, ତାଙ୍କୁ ଏବେ କେବଳ ଜଣେ ଝିଅ ଆବଶ୍ୟକ। ଏହି କ୍ରମରେ ଭାରତୀଙ୍କ ଗର୍ଭବତୀ ହେବା ଖବର ଶୁଣି ତାଙ୍କର ପ୍ରଶଂସକ ଖୁବ୍ ଖୁସି ହୋଇଯାଇଛନ୍ତି। ସେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି ଏବଂ କହୁଛନ୍ତି କି ଭଗବାନ ତାଙ୍କ କଥା ଶୁଣିଛନ୍ତି।