DVF ଓ CRPF ଫୋର୍ସର କମ୍ବିଂ ଅପରେସନ୍ : ଖସିଗଲେ ମାଓବାଦୀ, ରାସନ ସାମଗ୍ରୀ ଜବତ

Published By : Prameya-News7 Bureau | May 14, 2025 IST

ନୂଆପଡା ୧୪।୫: ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟକୁ ସୁରକ୍ଷିତ ମନେକରି ମାଓବାଦୀ ମାନେ ଲୁଚିବାକୁ ଚେଷ୍ଟା କରି ଅନେକ ସମୟରେ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ପଡୁଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଗୁଇନ୍ଦା ସୂତ୍ରରୁ ଖବର ପାଇ ନୂଆପଡା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ସକାଳୁ ସୋଷେଙ୍ଗ ପଞ୍ଚାୟତର ଜଳମଡ଼େଇ ଜଙ୍ଗଲ ଭିତରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯେଉଁଥିରେ ମାଓବାଦୀଙ୍କ ପତ୍ତା ମିଳିନଥିବା ବେଳେ ରାସନ ସାମଗ୍ରୀକୁ ଜବତ କରିଥିଲେ ସୁରକ୍ଷାକର୍ମୀ । ଜବତ ସାମଗ୍ରୀରେ ୬୦ କେଜି ଚାଉଳ, ଡାଲି ଓ ଲୁଣ ମିଳିଥିବା ବେଳେ ଆଖପାଖ ଅଞ୍ଚଳରେ ମାଓ ଗତିବିଧି ରହୁଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି । ଯେଉଁଥିରେ DVF ଓ CRPF ଫୋର୍ସ ସାମିଲ ଥିବା ନୂଆପଡା ଏସ୍‌ପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।

You Can Read:

ଆକାଶରୁ ଖସିଲା ବଜ୍ର, ବିଲରେ କାମ କରୁଥିବା ବେଳେ ଚାଲିଗଲା ୩ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.