ବୌଦ୍ଧ ୧୮୧୧ମହାନଦୀ ବ୍ରିଜ୍ ଉପରୁ ନଦୀକୁ ଡେଇଁଲେ କଲେଜ ଛାତ୍ରୀ । କଲେଜ ଛାତ୍ରୀଙ୍କୁ ଗୁରୁତର ଭାବେ ଦମକଳ ବାହିନୀ ଉଦ୍ଧାର କରିଥିଲେ । ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ଛାତ୍ରୀ ଜଣଙ୍କ ବୌଦ୍ଧ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ବିଭାଗରେ ପ୍ରଥମ ବର୍ଷରେ ପଢୁଥିଲେ । ଏକ ପଦଯାତ୍ରାରେ ସାମିଲ ହେବାକୁ ଛାତ୍ରୀ ଜଣଙ୍କ ଘରୁ ବାହାରିଥିଲେ । ବିଜୁ ପଟ୍ଟନାୟକ ଛକ ନିକଟରେ ପଦଯାତ୍ରା ଚାଲିଥିବା ବେଳେ ଛାତ୍ରୀ ଜଣକ ସେଠାରୁ ଚାଲିଯାଇଥିଲେ । ପରେ ମହାନଦୀ ସେତୁ ଉପରୁ ନଦୀକୁ ଡେଇଁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ । ସେମାନେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଛି ।

ତେବେ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଛାତ୍ରୀଙ୍କ ଅଣ୍ଟାରେ ଏବଂ ପିଠିରେ ଗଭୀର ମାଡ଼ ବାଜିଥିବା ବେଳେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁ କାରଣରୁ ଛାତ୍ରୀ ଜଣକ ଏଭଳି ଏକ ପଦକ୍ଷେପ ନେଲେ ଏବଂ କାହିଁକି ନଦୀକୁ ଡେଇଁଲେ ସେ ନେଇ ତଦନ୍ତ କରୁଛି ଆଦର୍ଶ ଥାନା ପୋଲିସ ।