ଆନନ୍ଦପୁର: ଜଳିଗଲା ପୋଷାକ ଶୋ ରୁମ୍। ରବିବାର ଅପରାହ୍ନରେ ଘଷିପୁରା ରିଲାଏନ୍ସ ଟ୍ରେଣ୍ଡ ଶୋ ରୁମ୍ରେ ଅଗ୍ନିକାଣ୍ଡ ହୋଇଛି।
ସୂଚନା ଅନୁଯାୟୀ, ପ୍ରାୟ ସାଢ଼େ ଚାରିଟା ସମୟରେ ପ୍ରଥମେ ଶୋ ରୁମ୍ର ଗ୍ରୀନ ରୁମ୍ରେ ଧୂଆଁ ବାହାରିଥିଲା। ତେବେ ଶୋରୁମ୍ରେ ଲାଗିଥିବା ଫାୟାର ଆଲାରମ ବାଜିବା କାରଣରରୁ କର୍ମଚାରୀ ଏବଂ ଗ୍ରାହକ ବାହାରକୁ ଦୌଡ଼ି ପଳାଇଆସିଥିଲା।
ଆଉ ଦେଖୁ ଦେଖୁ ନିଆଁ ପୂରା ଶୋରୁମ୍ରେ ଲାଗିଯାଇଥିଲା। ଫଳରେ କେହି ଆହତ ହୋଇନଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ତିନି ଦମକଳ ବାହିନୀ ପହଞ୍ଚି ନିୟାକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଥିବାବେଳେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।