ସେୟାର ବଜାରରେ ଲଗାତାର ୫ ଦିନର ବୃଦ୍ଧିରେ ଲାଗିଲା ବ୍ରେକ୍, ୬୦୯ ଅଙ୍କ ଖସିଲା ସେନସେକ୍ସ

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: ସପ୍ତାହର ଶେଷ କାରବାର ଦିନ ଶୁକ୍ରବାର ଭାରତୀୟ ସେୟାର ବଜାରରେ ଗତ ପାଞ୍ଚ ଦିନ ଧରି ଚାଲିଥିବା ବୃଦ୍ଧିରେ ବ୍ରେକ୍ ଲାଗିଛି । ଆଜିର କାରବାରରେ ସେନସେକ୍ସ ୬୦୯ ଅଙ୍କ ଦୁର୍ବଳ ହୋଇଛି । ଅନ୍ୟପଟେ ନିଫ୍ଟିରେ ୧୫୦ ଅଙ୍କ ହ୍ରାସ ଦେଖିବାକୁ ମିଳିଛି ।

ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୬୦୯.୨୮ ଅଙ୍କ ବା ୦.୮୨ ପ୍ରତିଶତ ହ୍ରାସ ହୋଇ ୭୩,୭୩୦.୧୬ ଅଙ୍କରେ ବନ୍ଦ ହୋଇଛି । ସେନସେକ୍ସର ଆଜିର ଦିନରେ ୭୩,୬୧୬.୬୫ ଏବଂ ୭୪,୫୧୫.୯୧ ମଧ୍ୟରେ କାରବାର କରିଥିଲା ।

ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟିରେ ମଧ୍ୟ ଆଜି ୧୫୦.୪୦ ଅଙ୍କ ବା ୦.୭୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ନିଫ୍ଟି କାରବାର ଶେଷରେ ୨୨,୪୧୯.୯୫ ଅଙ୍କରେ ବନ୍ଦ ହୋଇଛି । ଦିନର କରାବାରରେ ନିଫ୍ଟି ୨୨,୩୮୫.୫୫ ଏବଂ  ୨୨,୬୨୦.୪୦ ସ୍ତର ମଧ୍ୟରେ କାରବାର କରିଥିଲା । ଏହା ପୂର୍ବରୁ ଘରୋଇ ପୁଞ୍ଜି ବଜାର ଗୁରୁବାର ଗ୍ଲୋବାଲ ମାର୍କେଟର ଦୁର୍ବଳ ପରିଣାମକୁ ପଛରେ ପକାଇ ଜୋରଦାର କମବ୍ୟାକ୍ କରି ୧୦ ଦିନର ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଥିଲା । 

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.