ନାଁ ପରିବର୍ତ୍ତନ ରାଜନୀତି: ରେଭେନ୍ସାରେ ମଶାଲ ଶୋଭାଯାତ୍ରା ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ

Published By : Prameya-News7 Bureau | September 04, 2024 IST

ଟକ: ରେଭେନ୍ସା କଲେଜ ନାଁ ପରିବର୍ତ୍ତନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ।  ସ୍ବାୟତ୍ତ ଶାସନ ଦିବସରେ କଟକ ଗସ୍ତରେ ଆସି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉକ୍ତି ପରେ ଆରମ୍ଭ ହୋଇଯାଇଛି ରାଜନୀତି।

ବିଭିନ୍ନ ସଂଗଠନ ନାଁ ପରିବର୍ତ୍ତନକୁ ବିରୋଧ କରୁଥିବାବେଳେ, ବିକ୍ଷୋଭ ମଧ୍ୟ ଦେଖିବାକୁ ମିଳିଛି। ଖୋଦ୍‌ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ବି ଆରମ୍ଭ ହୋଇଛି ବିରୋଧ। ବିଭିନ୍ନ ଛାତ୍ର ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ପୁରାତନ ଛାତ୍ର ଛାତ୍ରୀ ଓ ଛାତ୍ର ନେତାମାନେ ମଧ୍ୟ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଏହାରି ମଧ୍ୟରେ ବୁଧବାର ରେଭେନ୍ସାରେ ମାଶାଲ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ହୋଇଛି। ରେଭେନ୍ସା ନାମ ପରିବର୍ତ୍ତନ ବିତର୍କକୁ ନେଇ ମଶାଲ ରାଲି ବେଳେ ଗଣ୍ଡଗୋଳ । ଏଆଇଡିଏସ୍ ଓ ଏବିଭିପି ଛାତ୍ର ସଙ୍ଗଠନ ମଧ୍ୟରେ ଗଣ୍ଡଗୋଳ ହୋଇଛି । ତେବେ ପୋଲିସ କଲେଜରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.