ଗର୍ଜିଲା ଟିମ୍ ଇଣ୍ଡିଆ ବ୍ୟାଟରଙ୍କ ବ୍ୟାଟ୍, ଟି-୨୦ ବିଶ୍ଵକପ୍ ଇତିହାସରେ କଲା ଦ୍ଵିତୀୟ ସର୍ବାଧିକ ସ୍କୋର

NEWS7
clashes-between-the-two-groups-during-the-masal-rally

ଚେନ୍ନାଇ: ଚଳିତ ବିଶ୍ଵକପ୍ ସୁପର-୮ରେ ନିଜର ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଗର୍ଜି ଉଠିଛି ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୪ ଓ୍ଵିକେଟ୍ ହରାଇ ୨୫୬ ରନର ବିଶାଳ ସ୍କୋର କରିଛି। ଟି-୨୦ ବିଶ୍ଵକପ୍ ଇତିହାସରେ ଏହା ଦ୍ଵିତୀୟ ସର୍ବାଧିକ ସ୍କୋର। ଲଗାତାର ନିରାଶ କରୁଥିବା ଅଭିଷେକ ଶର୍ମା ୫୫ ରନ କରିଥିବା ବଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ଓ ତିଳକ ବର୍ମା ୪୪ ରନ ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏହା ସହ ଅନ୍ୟ ବ୍ୟାଟରଙ୍କ ଦ୍ରୁତ ବ୍ୟାଟିଂ ବଳରେ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। ଜିମ୍ବାଓ୍ଵେ ଆଗରେ ରହିଛି ୨୫୭ ରନର ବିଜୟ ଲକ୍ଷ୍ୟ।

Updating...