LIVE TV

ବାହା ହେବେ ନାହିଁ ଚିରାଗ ପାସୱାନ ! କହିଲେ – କମିଟମେଣ୍ଟର ସମୟ ନୁହେଁ , ଏବେ ବିକଶିତ ବିହାରର ପ୍ରାଥମିକତା

NEWS7
-

ପାଟନା : ଲୋକ ଜନଶକ୍ତି ପାର୍ଟି- ରାମବିଳାସ ( ଏଲଜେପି-ଆର୍‌)ର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ନିଜ ବିବାହର ସମ୍ଭାବନାକୁ ଏଡେଇ କହିଛନ୍ତି ଯେ, ଏବେ ବିହାର ତାଙ୍କର ପ୍ରାଥମିକତା ଏବଂ ଏହାକୁ ବିକଶିତ କରିବା ମୋର ସଙ୍କଳ୍ପ। ଚିରାଗ ପାସୱାନ କହିଛନ୍ତି ଯେ, ବିବାହର ଏକ ବଡ଼ ଦାୟିତ୍ୱ ରହିଛି ଏବଂ ତାଙ୍କ ପାଖରେ ଏହି ପରି କମିଟମେଣ୍ଟ ପାଇଁ ସମୟ ନାହିଁ। ସମାଜବାଦୀ ନେତା ରାମବିଳାସ ପାସୱାନର ଏକମାତ୍ର ପୁଅ ଚିରାଗ ୪୨ ବର୍ଷିୟ ଏବଂ ୩୧ ଅକ୍ଟୋବରରେ ତାଙ୍କୁ ୪୩ ବର୍ଷ ପୂରିବ। ରାଜନେତାଙ୍କ ମଧ୍ୟରେ ରାହୁଲ ଗାନ୍ଧୀ ଓ ଚିରାଗ ପାସୱାନ ପପୁଲାର ବ୍ୟାଚଲର।

ଚିରାଗ ପାସୱାନ ଏକ ଡିଜିଟାଲ ଚ୍ୟାନେଲ ସହ କଥାବାର୍ତ୍ତାରେ ବିବାହର ପ୍ରଶ୍ନକୁ ନେଇ କହିଛନ୍ତି – ଏମିତି କିଛି ନୁହେଁ। କିନ୍ତୁ ହଁ ଏକ ବଡ଼ ଲକ୍ଷ ଦିଗରେ ଆଗକୁ ବଢୁଛି। ବିକଶିତ ବିହାର କରିବାକୁ ମୋର ସଙ୍କଳ୍ପ ଅଛି। ବିହାର ପ୍ରଥମ । ବିହାରୀ ପ୍ରଥମର ଭାବନା ରହିଛି। ଆଉ ଏଥିରେ ବ୍ୟକ୍ତିଗତ କମିଟମେଣ୍ଟ ପାଇଁ ସମୟ ନାହିଁ। ମୁଁ ବିଶ୍ୱାସ କରୁଛି ଯେ, ବିବାହର ଏକ ବହୁତ ବଡ଼ ଦାୟିତ୍ୱ ଅଛି।ଆପଣ ଏହାକୁ କେବେ ହାଲକା ଭାବେ ନେଇ ପାରିବେ ନାହିଁ। ଯେବେ ଆପଣ ବାହା କରି ନିଜ ଘରକୁ ଆଣନ୍ତି ,ତାଙ୍କ ପ୍ରତି ଆପଣଙ୍କର ଦାୟିତ୍ୱ ରହିବା ଦରକାର। ମୋର ପ୍ରାଥମିକତା ଏବେ ରାଜ୍ୟ ରହିଯାଇଛି।

ଚିରାଗଙ୍କୁ ଆଉଥରେ ସିଧା ପ୍ରଶ୍ନ ପଚରା ଯାଇଥିଲା, ବିବାହ କରିବା ନା ନାହିଁ । ସେ କହିଥିଲେ- ମୋତେ ଲାଗୁନାହିଁ କି ବର୍ତ୍ତମାନ ସ୍ଥିତିରେ ଏମିତି କୌଣସି ସମ୍ଭାବନା ଅଛି। ମୋର ସାନ ଭାଇ ଅନେକ ସମୟରେ ବାହାଘର କଥା କହୁଛି। ସେ କହୁଛି ଏବେ ତାର ଦୁଇ ପିଲା ହୋଇ ଗଲାଣି , ମୁଁ ବି ବାହା ହୋଇ ଯିବା ଉଚିତ୍‌। ମୋତେ ଲାଗୁ ନାହିଁ ଯେ ଏବେ କିଛି ଏମିତି ଶୀଘ୍ର ହେବାର ଅଛି।

ଗତ ମାସରେ ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି) ର ନେତା ତେଜସ୍ୱୀ ଯାଦବ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ହିଁ ଚିରାଗଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ। ତେଜସ୍ୱୀ ଯାଦବ କହିଥିଲେ –ଚିରାଗ ପାସୱାନ ଆମର ବଡ଼ ଭାଇ । ତାଙ୍କୁ ପରାମର୍ଶ ଦିଅନ୍ତୁ ଯେ , ଶୀଘ୍ର ସେ ବାହା ହୋଇ ଯାଆନ୍ତୁ। ସେତେବେଳେ ତେଜସ୍ୱୀଙ୍କ ସହ ବସି ଥିବା ରାହୁଲ ମଜାରେ କହିଥିଲେ ଏହା ତାଙ୍କ ଉପରେ ବି ଲାଗୁ ହେଉଛି।