ନୂଆଦିଲ୍ଲୀ : ପାକିସ୍ତାନ ଏକ ଏମିତି ସ୍ୱତନ୍ତ୍ର ଦେଶ , ଯେଉଁଠାର ଲୋକେ ମୁନ୍ଦେ ପାଣି ଓ ମୁଠାଏ ଖାଦ୍ୟ ପାଇଁ ଖୁବ୍‌ ଦୟନୀୟରେ ସ୍ଥିତିରେ ଅଛନ୍ତି। ତଥାପି ସେ ଭାରତ ସହ ପ୍ରତିଯୋଗୀତା କରିବାକୁ ପଛାଉ ନାହିଁ। ଭାରତ ସହ ସମକକ୍ଷ ହେବାର ସେ ଦିବା ସ୍ୱପ୍ନ ଦେଖି ଚାଲିଛି। ପ୍ରତି ପ୍ରସଙ୍ଗରେ ଭାରତକୁ ପଛରେ ପକାଇବାକୁ ଯେମିତି ପ୍ରାଣପଣେ ଉଦ୍ୟମ ଚଳେଇଛି, ଯେମିତି ସୁଯୋଗ ମିଳୁଛି ଖାଲି ଭାରତ କଥା ତା ମୁଣ୍ଡରେ। ହେଲେ ତାର ସେହି ସ୍ୱପ୍ନ ,ସ୍ୱପ୍ନରେ ହିଁ ରହିଯାଉଛି। ଏବେ ପୁଣି ଆଉ ଏକ ଭୂତ ପାକିସ୍ତାନ ମୁଣ୍ଡରେ ଚଢିଛି। ମହାକାଶରେ ମଧ୍ୟ ଭାରତକୁ ଚ୍ୟାଲେଞ୍ଜ କରିବାକୁ ସ୍ୱପ୍ନ ଦେଖୁଛି।

କଳ୍ପନା କରନ୍ତୁ , ଯେଉଁ ଦେଶ ସାଟେଲାଇଟ୍‌ ଲଞ୍ଚ ପାଇଁ ବିଦେଶୀ ସହାୟତା ନେଉଛି, ସେଠାରେ ସେ ନିଜର ମହାକାଶ ଯାତ୍ରୀ ସ୍ପେସ୍‌କୁ ପଠାଇବାକୁ କଳ୍ପନା କରୁଛି। ଏସବୁ ସେତେବେଳେ , ଯେବେ ଭାରତର ଶୁଭାଂଶୁ ଶୁକ୍ଳା ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ(ଆଇଏସଏସ)ରୁ ସଫଳର ସହ ପ୍ରତ୍ୟାବର୍ତ୍ତନ କରି ସାରିଛନ୍ତି। ଏଥିରେ ପାକିସ୍ତାନ ମଧ୍ୟ କହିଛି ପଛକୁ ଚାହିଁବ ନାହିଁ , ଏଥିପାଇଁ ନିଜର ଯାତ୍ରୀକୁ ସ୍ପେସ୍‌ ପଠାଇବାର ଲକ୍ଷ୍ୟରେ ରହିଛି , ଏଥିରେ ଚୀନର ସହାୟତା ନେଉଛି।

ପ୍ରକୃତ କଥା ହେଲା , ଚୀନ ଗୁରୁବାର ଘୋଷଣା କରିଛି ଯେ, ସେ ନିଜର ମହାକାଶ ଷ୍ଟେସନ ମିଶନର ପରିସରରେ ଜଣେ ପାକିସ୍ତାନୀ ମହାକାଶ ଯାତ୍ରୀଙ୍କୁ ସ୍ୱଳ୍ପ ଅବଧିର ଯାତ୍ରାରେ ପଠାଇବ। ଚାଇନା ସରକାରୀ ନ୍ୟୁଜ୍‌ ଏଜେନ୍ସି ସିନହୁଆ ଅନୁସାରେ , ଦୁଇ ଜଣା ପାକିସ୍ଥାନୀ ଯାତ୍ରୀ ଚାଇନା ତାଇକୋନଟ୍ସ ସହ କଡ଼ା ଟ୍ରେନିଂ ନେବ , ପୁଣି ଜଣକୁ ଆଗାମୀ ମିଶନ ପାଇଁ ‘ ସ୍ୱତନ୍ତ୍ର ବୈଜ୍ଞାନିକ ପେଲୋଡ ବିଶେଷଜ୍ଞ ‘ ଭାବେ ଚୟନ କରାଯିବ। ଏହା ପାକିସ୍ତାନର ପ୍ରଥମ ମାନବ ମହାକାଶ ଯାତ୍ରା ହେବ,ଯାହାକି ଚୀନର ମାନବଯୁକ୍ତ ସ୍ପେସ୍‌ ଏଜେନ୍ସି (ସିଏମଏସଏ)ର ସହଯୋଗରେ ସମ୍ଭବ ହେଉଛି।

କହି ରଖୁଛୁ ଯେ, ଚଳିତ ବର୍ଷର ପ୍ରାରମ୍ଭରେ ପାକିସ୍ତାନର ସ୍ପେସ ଏଜେନ୍ସି , ସ୍ପେସ୍‌ ଆଣ୍ଡ ଅପର ଆଟମସ୍ପିୟର ରିସର୍ଚ୍ଚ କମିଶନ (ସୁପାର୍କୋ) ସିଏମଏସଏ ସହ ଐତିହାସିକ ପଦଚିହ୍ନରେ ଦସ୍ତଖତ କରିଥିଲା। ଏହି ଚୁକ୍ତି ଅନୁସାରେ ପାକିସ୍ତାନୀ ଯାତ୍ରୀଙ୍କୁ ଚୀନର ସ୍ପେସ ସେଣ୍ଟରରେ ପ୍ରଫେସନାଲ ଟ୍ରେନିଂ ମିଳିବ, ଯାହାକି ସେ ତିୟାଙ୍ଗୋଙ୍ଗ ଷ୍ଟେସନରେ ବିଶେଷ ପ୍ରୟୋଗ ପାଇଁ ପ୍ରସ୍ତୁତ ହୋଇ ପାରିବେ।