ନୂଆଦିଲ୍ଲୀ : ଚୀନ ପାକିସ୍ତାନକୁ ପ୍ରଦାନ କରିବାକୁ ଥିବା ୮ଟି ନୂଆ ହଙ୍ଗୋର-ଶ୍ରେଣୀର ବୁଡ଼ା ଜାହାଜ ମଧ୍ୟରୁ ତୃତୀୟ ବୁଡ଼ାଜାହାଜ ପ୍ରଦାନ କରିଛି। ବେଜିଂର ଏହି ପଦକ୍ଷେପ ଇସଲାମାବାଦର ନୌସୈନିକ ଶକ୍ତି ଅପଗ୍ରେଡ୍ କରିବା ପାଇଁ। ଭାରତର ନିକଟବର୍ତ୍ତୀ ଅଞ୍ଚଳ ଭାରତ ମହାସାଗରରେ ପାକିସ୍ତାନର ଉପସ୍ଥିତି ବୃଦ୍ଧିକୁ ସମର୍ଥନ ଦେବାକୁ ଚୀନର ପ୍ରୟାସର ଅଂଶ ବିଶେଷ ମଧ୍ୟ । ଚୀନର ସରକାରୀ ନ୍ୟୁଜ୍ ପେପର ଗ୍ଲୋବାଲ ଟାଇମ୍ସ ଶନିବାର କହିଛି ଯେ, ହଙ୍ଗୋର-କାଟେଗୋରୀର ୩ୟ ବୁଡ଼ାଜାହାଜର ଜଳାବତରଣ ଉତ୍ସବ ମଧ୍ୟ ଚୀନର ହୁବେଇ ପ୍ରଦେଶର ଉହାନରେ ଆୟୋଜିତ କରାଯାଇଛି।
ଚୀନ ପକ୍ଷରୁ ପାକିସ୍ତାନ ପାଇଁ ନିର୍ମାଣ କରାଯାଉ ଥିବା ୮ଟି ବୁଡ଼ାଜାହାଜ ମଧ୍ୟରୁ ଦ୍ୱିତୀୟ ବୁଡ଼ାଜାହାଜ ଚଳିତ ବର୍ଷ ମାର୍ଚ୍ଚରେ ପ୍ରଦାନ କରାଯାଇ ଥିଲା। ଏହା ସେହି ୪ଟି ଆଧୁନିକ ନୌସୈନିକ ଫାଇଟର ଜାହାଜର ଅତିରିକ୍ତ,ଯାହାକୁ ଚୀନ ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନକୁ ଦେଇଛି। ଏହି ସପ୍ଲାଇ ଆରବ ସାଗରେ ଚାଇନା ନୌସେନାର ନିରନ୍ତର ବିସ୍ତାର ମଧ୍ୟରେ ପାକିସ୍ତାନର ନୌସୈନିକ ଶକ୍ତିକୁ ବଢାଇବାକୁ ଏହାର ପ୍ରୟାସର ଅଂଶ, ଯେଉଁଠି ସେ ବଲୁଚିସ୍ତାନରେ ଗ୍ୱାଦର ବନ୍ଦରର ବିକାଶ କରିବା ସହ ଭାରତ ମହାସାଗରରେ ମଧ୍ୟ ବିକାଶ କରୁଛି।
ନ୍ୟୁଜ୍ ପେପରରେ ପାକିସ୍ତାନର ପ୍ରତିରକ୍ଷା ବିଭାଗର ବୟାନର ଉଲ୍ଲେଖରୁ କହିଛି ଯେ, ୩ୟ ବୁଡ଼ାଜାହାଜର ଜଳାବତରଣ ହୋଇଛି। ଏହି ଅବସରରେ ପାକିସ୍ତାନର ଉପ ନୌସେନା ପ୍ରମୁଖ ପ୍ରୋଜେକ୍ଟ-୨ ଭାଇସ୍ ଆଡମିରାଲ ଅବଦୁଲ ସମଦ କହିଛନ୍ତି ଯେ, ହଙ୍ଗୋର ଶ୍ରେଣୀର ବୁଡାଜାହାଜର ଅତ୍ୟାଧୁନିକ ଅସ୍ତ୍ର ଓ ଅପଗ୍ରେଡ୍ ସେନସର ଆଞ୍ଚଳିକ ଶକ୍ତି ସନ୍ତୁଳନକୁ ବଜାୟ ରଖିବା ଓ ସାମୁଦ୍ରିକ ସ୍ଥିରତା ସୁନିଶ୍ଚିତ କରିବାରେ ସହାୟକ ହେବ। ଷ୍ଟକହୋମ୍ ଅନ୍ତରାଷ୍ଟ୍ରୀୟ ଶାନ୍ତି ଅନୁସନ୍ଧାନ ସଂସ୍ଥା (SIPRI)ର ସଦ୍ୟ ରିପୋର୍ଟ ଅନୁସାରେ, ଚୀନ ପାକିସ୍ତାନର ୮୧ ପ୍ରତିଶତରୁ ଅଧିକ ସେନା ହାର୍ଡୱେୟାରର ସପ୍ଲାଇ କରିଛି।
SIPRIର ଡାଟାବେସ୍ ଅନୁସାରେ, ଗତ ପାଞ୍ଚ ବର୍ଷରେ ପାକସ୍ତାନ ପକ୍ଷରୁ ଦିଆଯାଇ ଥିବା କିଛି ପ୍ରମୁଖ ଅର୍ଡରରେ ଦେଶର ପ୍ରଥମ ଗୁଇନ୍ଦା ଜାହାଜ ରିଜୱାନ, ୬୦୦ରୁ ଅଧିକ VT-IV ୱାର ଟ୍ୟାଙ୍କ ଓ ୨୬ ଜେ-୧୦ ସିଇ ସାଢେ ଚାରି ପିଢିର ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ ।