ବାରଙ୍ଗ ୩୦।୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ମା’ ହେଲା ସିମ୍ପାଞ୍ଜି 'ଦୁର୍ଗା' । ପ୍ରଥମ ଥର 'ଦୁର୍ଗା' ମା’ ହୋଇଥିବା ଜଣାପଡିଛି । ଫଳରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ବୁଧବାରବିଳମ୍ୱିତ ରାତିରେ ଦୁର୍ଗା ଶାବକ ଜନ୍ମ ଦେଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ । ସିମ୍ପାଞ୍ଜି ଜୁଲୁ ସହିତ ଦୁର୍ଗାର ଆଜକୁ ପ୍ରାୟ ୨୧୮ ଦିନ ପୂର୍ବରୁ ମିଳନ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହ ଡ଼ିସେମ୍ବର ୩୦ ତାରିଖରେ ସିମ୍ପାଞ୍ଜି ଜୁଲୁ ମୃତ୍ୟୁ ହୋଇସାରିଛି ।
You Can Read:
ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା : ସୁକାନ୍ତ ପାଣିଗ୍ରାହୀ