ପଶ୍ଚିମବଙ୍ଗରେ ୫୮ ଲକ୍ଷ, ରାଜସ୍ଥାନରେ ୪୨ ଲକ୍ଷ ମତଦାତାଙ୍କ କଟିଲା ନାଁ; ଏସଆଇଆର ପରେ ଡ୍ରାଫ୍ଟ ଭୋଟର ତାଲିକା ଜାରି

NEWS7
chief-minister-naveen-patnaik-reaction-on-union-budget-2023-24

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ, ପୁଡୁଚେରୀ ଏବଂ ଲାକ୍ଷାଦ୍ୱୀପରେ ସ୍ବତନ୍ତ୍ର ବ୍ୟାପକ ସଂଶେଶଧନ (SIR) ଜାରି ଥିବା ବେଳେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ । ବେଙ୍ଗଲରେ ଡ୍ରାଫ୍ଟ ଭୋଟର ତାଲିକାରୁ ୫୮ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏଥିରେ ମୃତ , ସ୍ଥାନାନ୍ତରିତ ଏବଂ ଡୁପ୍ଲିକେଟ ଭୋଟର ଅନ୍ତର୍ଭୁକ୍ତ। ସରକାରୀ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ନଭେମ୍ବର ୪ ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଏସଆଇ ପରେ , ଡ୍ରାଫ୍ଟ ଭୋଟର ତାଲିକାରୁ ୫୮ ଲକ୍ଷ ୨୦ ହଜାର ୮୯୮ ନାମ ବାଦ ଦିଆଯାଇଛି । ଫଳରେ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୭ କୋଟି ୬୬ ଲକ୍ଷ ୩୭ ହଜାର ୫୨୯ ରୁ ହ୍ରାସ ପାଇ ୭ କୋଟି ୦୮ ଲକ୍ଷ ୧୬ ହଜାର ୬୩୦ ହୋଇଛି ।

ପଶ୍ଚିମବଙ୍ଗର ସ୍ୱତନ୍ତ୍ର ଭୋଟର ତାଲିକା ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତା କହିଛନ୍ତି ଯେ, ଯେଉଁ ଭୋଟରଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ, ସେମାନଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଯେଉଁ ୩୦ ଲକ୍ଷ ଭୋଟରଙ୍କ ନାମ ୨୦୦୨ ଭୋଟର ତାଲିକା ସହ ମେଳ ଖାଉନାହିଁ, ସେମାନଙ୍କୁ ଶୁଣାଣି ଲାଗି ଡକାଯିବ । ସେମାନଙ୍କୁ ଯୋଗ୍ୟତା ପ୍ରମାଣ କରିବାକୁ ସମୟ ଦିଆଯିବ ।

ସେପଟେ ରାଜସ୍ଥାନରେ SIR ପ୍ରକ୍ରିୟା ପରେ , ୫ କୋଟି ୪୬ ଲକ୍ଷ ୫୬ ହଜାର ୨୧୫ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୨ ଲକ୍ଷ ଭୋଟରଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ଦିଆଯାଇଛି। ରାଜସ୍ଥାନରେ ମୋଟ ୫ କୋଟି ୪ ଲକ୍ଷ ୭୧ ହଜାର ୩୯୬ ଭୋଟର ଫର୍ମ ଦାଖଲ କରିଛନ୍ତି । ୪୧ ଲକ୍ଷ ୮୪ ହଜାର ୮୧୯ ଜଣ ଫର୍ମ ପୂରଣ କରିନାହାନ୍ତି । ECI ଅନୁଯାୟୀ, ୮.୭୫ ଲକ୍ଷ ଭୋଟର ମୃତ ଏବଂ ୨୯.୬ ଲକ୍ଷ ଭୋଟର ସ୍ଥାନାନ୍ତରିତ କିମ୍ବା ଅନୁପସ୍ଥିତ ଥିବା ଜଣାପଡିଛି । ପ୍ରାୟ ୧୧ ଲକ୍ଷ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟ ଦାଖଲ କରିବାକୁ ନୋଟିସ ଜାରି କରାଯିବ। ଜୟପୁର ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଭୋଟରଙ୍କ ନାମ ବାଦ ଦିଆଯାଇଛି।

ଗୋଆର ମୋଟ ୧ ୦,୮୪,୯୯୨ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧୦୦,୦୦୦ ଭୋଟରଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଗୋଆର ମୋଟ ୧ ୧, ୮୫ , ୦୩୪ ଭୋଟରଙ୍କ ମଧ୍ୟରୁ ୧୦, ୮୪ , ୯୯୨ ଜଣ ସେମାନଙ୍କର ଫର୍ମ ଦାଖଲ କରିଛନ୍ତି । ରାଜ୍ୟର ୧ ଲକ୍ଷ ୪୨ ଜଣଙ୍କ ନାମ ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବା ପରେ , ଯୋଗ୍ୟ ଭୋଟରମାନେ ଡିସେମ୍ବର ୧୬, ୨୦୨୫ ରୁ ଜାନୁଆରୀ ୧୫, ୨୦୨୬ ପର୍ଯ୍ୟନ୍ତ ପୁନଃ ଆବେଦନ କରିପାରିବେ ।

ଲାକ୍ଷାଦ୍ବୀପରେ SIR ପ୍ରକ୍ରିୟା ନଭେମ୍ବର ୪ ତାରିଖରେ ଆରମ୍ଭ ହୋଇ ଡିସେମ୍ବର ୧୧ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ସମୟ ମଧ୍ୟରେ, ୫୭,୮୧୩ ଭୋଟରଙ୍କ ମଧ୍ୟରୁ ୫୬, ୩୮୪ ଜଣ ସେମାନଙ୍କର ଫର୍ମ ଦାଖଲ କରିଛନ୍ତି । ଅର୍ଥାତ୍ ନୂତନ ଡ୍ରାଫ୍ଟ ତାଲିକାରେ ୧୪୨୯ ଜଣଙ୍କ ନାମ ବାଦ ଦିଆଯାଇଛି । ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବା ପରେ, ଯୋଗ୍ୟ ଭୋଟରମାନେ ଜାନୁଆରୀ ୧୫, ୨୦୨୬ ପର୍ଯ୍ୟନ୍ତ ପୁନଃ ଆବେଦନ କରିପାରିବେ।