ଧ୍ୱଂସ ହୋଇଯିବ ବିଶ୍ୱ; ଆରମ୍ଭ ହୋଇଗଲାଣି ମାନବଜାତିର ବିନାଶ, ନୋଷ୍ଟ୍ରାଡମାସଙ୍କ ଭବିଷ୍ୟବାଣୀ ସତ ହୋଇଥିବା ଦାବି

NEWS7
chief-minister-mohan-charan-majhi-distributed-money-from-vyasanagar

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଛି ଯୁଦ୍ଧ । ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଘମାଘୋଟ ସ୍ଥିତି । ଯୁଦ୍ଧ ମଧ୍ୟପ୍ରାଚ୍ୟରେ ବ୍ୟାପିବାରୁ, ସ୍ଥିତି ହେଲାଣି ଭୟଙ୍କର । ଏବେ ପାକିସ୍ତାନର ସୈନ୍ୟ ପୋଷ୍ଟ୍ ଉପରେ କବଜା କଲାଣି ତାଲିବାନ । ସବୁଠି ଏବେ ଭୟ ଏବଂ ଚିନ୍ତାର ମାହୋଲ । ତୃତୀୟ ମହାଯୁଦ୍ଧ ମୁହାଁପୃଥିବୀ । ବଡ଼ କଥା ହେଉଛି ଏସବୁ ସୂଚନା ପୂର୍ବରୁ ଦେଇଥିଲେ ପ୍ରସିଦ୍ଧ ଫରାସୀ ଭବିଷ୍ୟବକ୍ତା ମାଇକେଲ୍ ଡି ନୋଷ୍ଟ୍ରାଡମାସ୍ । ଯୁଦ୍ଧ ପରିସ୍ଥିତି ଭିତରେ ୨୦୨୬ ପାଇଁ କରିଥିବା ତାଙ୍କର ଅନେକ ଭବିଷ୍ୟବାଣୀ ହୋଇଛି ଭାଇରାଲ । ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୬ ମାନବ ଇତିହାସ ପାଇଁ ଏକ ବିନାଶକାରୀ ବର୍ଷ ପ୍ରମାଣିତ ହୋଇପାରେ।

ନୋଷ୍ଟ୍ରାଡମାସଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୬ରେ ଜଣେ ପ୍ରମୁଖ ଏବଂ ଲୋକପ୍ରିୟ ବିଶ୍ୱ ନେତାଙ୍କୁ ହତ୍ୟା କରାଯାଇପାରେ, ଯାହା କ୍ଷମତାରେ ପରିବର୍ତ୍ତନ ଆଣିପାରେ। ଯୁଦ୍ଧ ସାତ ମାସ ଧରି ଚାଲିବ, ଅନେକ ନୀରିହ ପ୍ରାଣ ହରାଇବେ । ତାଙ୍କର ସବୁଠାରୁ ଭୟଙ୍କର ଭବିଷ୍ୟବାଣୀ ଥିଲା ତୃତୀୟ ବିଶ୍ୱଯୁଦ୍ଧକୁ ନେଇ। ସେ ଦାବି କରିଥିଲେ ଯେ 2026ରେ ଏପରି ପରିସ୍ଥିତି ସୃଷ୍ଟି ହେବ, ଯାହା ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି ହେବ । ସେ ଏକଥା ବି କହିଥିଲେ ଯେ ଧର୍ମ ନାଁରେ ସବୁଠି ବ୍ୟାପିବ ହିଂସା। ମଣିଷ- ମଣିଷ ପରସ୍ପରର ହୋଇଯିବେ ଶତ୍ରୁ। ଏହି ସଂଘର୍ଷ ମାନବ ସଭ୍ୟତାର ବିନାଶ କରିପାରେ। ସେ ଏକଥା ବି କହିଥିଲେ ଯେ, ଏକ ବିଶାଳ ଜାହାଜ ସମୁଦ୍ରରେ ବୁଡ଼ିଯିବ, ଯାହା ଏକ ବିନାଶକାରୀ ଯୁଦ୍ଧ ସୃଷ୍ଟି କରିବ। ଏହି ଯୁଦ୍ଧ ସମୁଦ୍ର ପଥ ଏବଂ ବନ୍ଦରଗୁଡ଼ିକୁ ପ୍ରଭାବିତ କରିବ, ଯାହା ଫଳରେ ଶସ୍ୟ ଅଭାବ ଏବଂ ମୁଦ୍ରାସ୍ଫୀତି ଦେଖାଦେବ। ଏସବୁ ଏବେ କେତେକାଂଶରେ ସତ ହୋଇଥିବା ଦାବି କରାଯାଉଛି।

ପୂର୍ବରୁ ବି ନୋଷ୍ଟ୍ରାଡମାସ କରିଥିବା 9/11 ହମଲା ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ପ୍ରମୁଖ ଘଟଣାଗୁଡ଼ିକ ସତ ହୋଇଛି। ସେମିତି ନୋଷ୍ଟ୍ରାଡମାସ୍ 1555ରେ ଲେଖିଥିବା ପୁସ୍ତକ "ଲେସ୍ ପ୍ରୋଫେଟିଜ୍" ରେ "ମହୁମାଛିଙ୍କ ବସା" ବିଷୟରେ ଉଲ୍ଲେଖ କରିଥିଲେ। ଏହି କଥାକୁ ମଧ୍ୟ କିଛି ଲୋକେ ଇରାନ-ଇସ୍ରାଏଲ୍ ଯୁଦ୍ଧ ସହ ଯୋଡ଼ିଛନ୍ତି। ସେହି ବହିରେ ଉଲ୍ଲେଖ ଥିବା "ମହୁମାଛି ବସା" ମଧ୍ୟପ୍ରାଚ୍ୟ ସଂଘର୍ଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡ୍ରୋନ ଗୁଡ଼ିକ ସହ ତୁଳନା କରାଯାଇଛି। ସେଥିପାଇଁ ତାଙ୍କ ଭବିଷ୍ୟବାଣୀ ସତ ହୋଇଥିବା କୁହାଯାଉଛି। ଏହି ଯୁଦ୍ଧ ତୁରନ୍ତ ଶେଷ ହେଉ ସମସ୍ତେ ଚାହୁଁଥିବାବେଳେ ନୋଷ୍ଟ୍ରାଡମାସ୍ ଭବିଷ୍ୟବାଣୀ କିନ୍ତୁ କହୁଛି କିଛି ଅଲଗା। ସେ ତାଙ୍କ ପୁସ୍ତକରେ ସାତ ମାସର ଭୟଙ୍କର ଯୁଦ୍ଧ ଅର୍ଥାତ୍ ସେପ୍ଟେମ୍ବର ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ , ଲୋକମାନଙ୍କ ବିନା ଦୋଷରେ ମୃତ୍ୟୁବରଣ କରିବା କଥା କହିଛନ୍ତି। ଯାହା ଯୁଦ୍ଧର ବିଭିଷୀକା ଭିତରେ ବଢ଼ାଇଦେଇଛି ଚିନ୍ତା।