ଭାରତକୁ ବିଶ୍ୱକପ୍ ଜିତାଇବେ ଅଭିଷେକ୍, କିନ୍ତୁ ଶାସ୍ତ୍ରୀଙ୍କ କଥାରେ ରାଜି ହେଲେନି ପିଟରସେନ୍

NEWS7
chief-minister-mohan-charan-majhi-distributed-money-from-vyasanagar

ନୂଆଦିଲ୍ଲୀ,|୧:ଭାରତ ଜିତିବ ଟି୨୦ବିଶ୍ୱକପ୍ । ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱକପରେ ଭାରତ ହେଉଛି ଫେଭରେଟ୍ । ଦଳ ପାଖରେ ଭଲ ଭଲ ଖେଳାଳି ରହିଛନ୍ତି । ତେଣୁ ଭାରତର ବିଜୟୀ ସମ୍ଭାବନା ବେଶି ଥିବା କହିଛନ୍ତି ପୂର୍ବତନ କୋଚ୍ ତଥା ଖେଳାଳି ରବି ଶାସ୍ତ୍ରୀ । ଇଂଲଣ୍ଡର ପୂର୍ବତନ ଖେଳାଳି କେଭିନ୍ ପିଟରସନଙ୍କ ସହ ଆଲୋଚନା ବେଳେ ସେ ଏହା କହିଛନ୍ତି ।

ରବି ଶାସ୍ତ୍ରୀ କହିଛନ୍ତି ଯେ, ଅଭିଷେକ ସବୁଠୁ ବେଷ୍ଟ୍ ବ୍ୟାଟସମ୍ୟାନ୍ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସେ ଏବେ ବିଶ୍ୱର ଏକ ନମ୍ବର ବ୍ୟାଟର୍ । ସେ ସର୍ବଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଦଳରେ ସେ ହିଁ ସବୁଠୁ ବେଶି ଉପକାରୀ ହେବେ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ସେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ତାଙ୍କର ଆତ୍ମବିଶ୍ୱାସ ସଦାବେଳେ ଭରପୁର ଥାଏ । ଭାରତୀୟ ମାଟିରେ ଖେଳୁଥିବାରୁ ଦର୍ଶକଙ୍କ ଖୁବ୍ ସମର୍ଥନ ରହିବ । ତାଙ୍କର ବ୍ୟାଟ୍ ଚାଲିଲେ ଭାରତକୁ ରୋକିବା ଅସମ୍ଭବ ।

ସେ ଆହୁରି କହିଛନ୍ତି ଯେ, ସେ ସଦାବେଳେ ଗଠନମୂଳକ ସମାଲୋଚନାକୁ ସମର୍ଥନ କରନ୍ତି । ଏବେ ସେ ଭାରତୀୟ ଦଳର କୋଚ୍ ନାହାଁନ୍ତି । କିନ୍ତୁ ଡ୍ରେସିଂ ରୁମର କିପରି ପରିସ୍ଥିତି ତାହା ସେ ବାରିପାରୁଛନ୍ତି । ତାଙ୍କ ସମୟରେ ଭାରତ ଭଲ ପ୍ରଦର୍ଶନ କରୁଥିଲା । ସେ ଅନେକ କିଛି ସୁନ୍ଦର ମୂହୁର୍ତ୍ତର ସାକ୍ଷୀ ରହିଛନ୍ତି । କୋଚିଂ କ୍ୟାରିଅରରେ ଗୋଟିଏ ଦିନ ସବୁଠୁ ଭଲ ହୋଇଥିବା ବେଳେ ତା ପରଦିନ ଟ୍ରୋଲିଂର ଶିକାର ହେବାକୁ ପଡିପାରେ ।

ଡେଓ୍ୱିଡ୍ ବ୍ରେଭିସଙ୍କୁ ପିଟରସନଙ୍କ ସମର୍ଥନ

ଇଂଲଣ୍ଡର ପୂର୍ବତନ ଷ୍ଟାର୍ କେଭିନ୍ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ବ୍ରେଭିସ ଟି୨୦ବିଶ୍ୱକପରେ ସବୁଠୁ ଅଧିକ ପ୍ରଭାବ ପକାଇବେ । ଘରୋଇ ମୁକାବିଲାରେ ସେ ଭଲ ପ୍ରଦର୍ଶନ କରୁଛନ୍ତି । ଯାହା ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିବ । ତେବେ ଅଭିଷେକ ଏବଂ ବ୍ରେଭିସଙ୍କ ମଧ୍ୟରେ କଡା ପ୍ରତିଯୋଗୀତା ଦେବ ବୋଲି ସେ ପ୍ରକାଶ କରିଛନ୍ତି ।