ଭୁବନେଶ୍ଵର: ଭୁବନେଶ୍ୱରରୁ ଝାରସୁଗୁଡା ଉଡ଼ିଵ ବିମାନ । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାଣିଜ୍ୟ ଏବଂ ପରିବହନ ବିଭାଗ ସହ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ଆମ ବିମାନ ସେବା ଯୋଜନା । ଏହି ସେବା ଆସନ୍ତା ୧ ସେପ୍ଟେମ୍ବର ଠାରୁ ଆରମ୍ଭ ହେବ । ସପ୍ତାହକୁ ୫ ଦିନ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ । କେବଳ ରବି ଓ ସୋମ ବାର କୁ ଛାଡି ଅନ୍ୟ ସବୁଦିନ ଏହି ବିମାନ ସେବା ଉପଲବ୍ଧ ରହିବ ।
ଏହି ସେବା ଓଡ଼ିଶାର ନୂତନ ଗନ୍ତବ୍ୟସ୍ଥଳ ନୀତି ଅନୁଯାୟୀ ପରିଚାଳିତ ହେବ । ଏହା ରାଜ୍ୟରେ ସହଜ ବିମାନ ସଂଯୋଗ ସୃଷ୍ଟି କରିବା ସହ ଶିଳ୍ପ ଅଭିବୃଦ୍ଧି ଏବଂ ପର୍ଯ୍ୟଟନକୁ ଅଧିକ ସୁଦୃଢ କରାଇବ । ସେହିଭଳି ସୁଗମ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ କରାଇବ ଏହି ବିମାନ ସେବା । ଭୁବନେଶ୍ୱର ବିମାନ ବନ୍ଦରରୁ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା କୁ ଷ୍ଟାର ଏୟାର ବିମାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପତାକା ଦେଖାଇ ଆଜି ଏହି ବିମାନ ସେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ବିମାନରେ ୭୬ଟି ସିଟ ରହିବ ଯାହାକି ୪୫ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ିବ ଏହି ସେବା ବୋଲି ସେ କହିଛନ୍ତି । ବର୍ତ୍ତମାନ ୩୯ ରୁଟ ରେ ବିମାନ ଚଳାଚଳ କରୁଛି । ଏହାକୁ ଆହୁରି ଅଧିକ ବ୍ୟାପକ କରାଯିବ । ଏବେ ରାଜ୍ୟରେ ୧୪ ଟି ଏୟାର ଷ୍ଟ୍ରିପ ଚାଲିଛି । ଆଗକୁ ଆହୁରି ୧୫ ଜିଲ୍ଲାରେ ଆଗକୁ ହେଲିପ୍ୟାଡ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଖୁବ୍ ଶୀଘ୍ର ଏହାକୁ ନେଇ କାର୍ଯ୍ୟକ୍ଷମ ହେବ । ଆଗାମୀ ଦିନରେ ଏହି ବିମାନ ବନ୍ଦରକୁ ଅଧିକ ବ୍ୟାପକ କରାଯିବ ।
ପୂର୍ବରୁ ବହୁ ଆନ୍ତର୍ଜାତୀୟ ବିମାନ ସେବା ଭୁବନେଶ୍ୱର ଆନ୍ତର୍ଜାତୀୟ ସେବା ଜାରି ରହିଛି । ଆଗକୁ ଏହା ପ୍ରତିଦିନ ଚାଲିବା ପାଇଁ ନିଷ୍ପତି ଖୁବ୍ ଶୀଘ୍ର ନିଆଯିବା ନର ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଗୋ ଏୟାରଲାଇନ ହବ ହେବ ଭୁବନେଶ୍ୱର ବିମାନବନ୍ଦର ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଭୁବନେଶ୍ୱରରେ MRO ପଲିସି ଅନୁଯାଇ MRO ନିର୍ମାଣ କରାଯିବ । ଏଥିରେ ବନ୍ଦରର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ । ବିଭିନ୍ନ କ୍ଷେତ୍ରରେ ଭୁବନେଶ୍ୱରରେ ମାନ୍ୟତା ବଢିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଓଡ଼ିଶା ସରକାର ରହିଛନ୍ତି । ଏଥିପାଇଁ କେନ୍ଦ୍ର ସହ ସମ୍ପର୍କ ରଖିଛୁ ବୋଲି ସେ କହିଛନ୍ତି ।