LIVE TV

26/11 ବୟାନରୁ ଚିଦାମ୍ବରମଙ୍କ ‘ୟୁ’ ଟର୍ଣ୍ଣ, ଜାଣନ୍ତୁ ଏବେ କହୁଛନ୍ତି କ’ଣ?

NEWS7
P.Chidambaram

ନୂଆଦିଲ୍ଲୀ ୧।୧୦: ଦିଗ୍ଗଜ କଂଗ୍ରେସ ନେତା ପି.ଚିଦାମ୍ବରମ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏପରି ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ଦେଶରେ ରାଜନୈତିକ ଝଡ଼ ଉଠିଛି। ଏବିପି ନ୍ୟୁଜ ପଡକାଷ୍ଟରେ ମେଘା ପ୍ରସାଦଙ୍କୁ ଦେଇଥିବା ସାକ୍ଷାତକାରରେ ପୂର୍ବତନ ଗୃହମନ୍ତ୍ରୀ କହିଥିଲେ ଯେ ୨୬/୧୧ ଆକ୍ରମଣ କାଳରେ ତତ୍କାଳୀନ ୟୁପିଏ ସରକାର ଅନ୍ତରାଷ୍ଟ୍ରୀୟ ଚାପରେ ଥିଲେ। ହେଲେ ସେ ଏବେ ତାଙ୍କ ବୟାନରୁ ପଛକୁ ହଟି ଯାଇଛନ୍ତି।

ଏ ନେଇ ପୂର୍ବତନ ଗୃହମନ୍ତ୍ରୀ ସଫେଇ ଦେଇଛନ୍ତି। ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ ‘ମେଘା ପ୍ରସାଦଙ୍କ ପୋଡକାଷ୍ଟକୁ ଦେଇଥିବା ଇଣ୍ଟରେଭ୍ୟୁରେ ମୁଁ କୌଣସି ଠାରେ ଏହା କହି ନାହିଁ ଆମେରିକା ୨୬/୧୧ ଆକ୍ରମଣ ପରେ ଆମକୁ ଜବାବୀ କାର୍ଯ୍ୟାନୁଷ୍ଠାନରେ ରୋକିଥିଲା। ଏହା ସତ୍ତ୍ୱେ ସବୁ ମିଡିଆ ଚ୍ୟାନେଲ ଓ ଟ୍ୱିଟରରେ ଲୋକେ ମୋ ନାମକୁ ଏହି ବୟାନ ସହ ଯୋଡୁଛନ୍ତି। ମିଡିଆ ସହ କଥାବାର୍ତ୍ତା ହେବାରେ ଏହି ବିପଦ ରହିଛି’।

ଜାଣନ୍ତୁ ବୟାନରେ ଚିଦାମ୍ବରମ କହିଥିଲେ କ’ଣ?
୨୬/୧୧ ଆକ୍ରମଣ ପରେ ଜବାବୀ କାର୍ଯ୍ୟାନୁଷ୍ଠାନକୁ ନେଇ ପି.ଚିଦାମ୍ବରମ କହିଥିଲେ ଯେ ‘ସେତେବେଳେ ସାରା ବିଶ୍ୱ ପାକିସ୍ତାନ ସହ ଯୁଦ୍ଧ  ନକରିବାକୁ ଦିଲ୍ଲୀରେ ଭିଡ କରିଥିଲେ। ଉଦାହରଣ ରୂପେ ତତ୍କାଳୀନ ଆମେରିକା ବୈଦେଶିକ ମନ୍ତ୍ରୀ କଣ୍ଡୋଲିଜା ରାଇସ ମୁଁ ଦାୟିତ୍ୱ ଗ୍ରହଣ କରିବାର ୨-୩ ଦିନ ପରେ ଦିଲ୍ଲୀ ପହଞ୍ଚି ମୋ ସହ ଓ ପ୍ରଧାନମନ୍ତ୍ରୀଙ୍କ ସହ ଭେଟିଥିଲେ। ସେ କହିଥିଲେ ଦୟାକରୀ କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ତେବେ ମୁଁ କହିଥିଲି ଏହା ଏକ ଏପରି ନିଷ୍ପତ୍ତି ଯାହା ସରକାର ଗ୍ରହଣ କରିବେ’।

ଶକ୍ତିଶାଳୀ ଦେଶ ଚାହୁଁଥିଲେ ଯୁଦ୍ଧ ନ ହେଉ
କଂଗ୍ରେସ ନେତା କହିଥିଲେ ଯେ ସେ ବ୍ୟକ୍ତିଗତ ରୂପେ ଏହି ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଜବାବୀ ସାମରିକ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଥିଲେ, କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାର ପଡୋଶୀ ଦେଶ ବିରୋଧରେ କୁଟନୈତିକ ଉପାୟ ଉପଯୋଗ କରିବା ପାଇଁ ବିଦେଶ ମନ୍ତ୍ରାଳୟ ଦୃଷ୍ଟିକୋଣରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ ଯେ ଆମେରିକା ସମେତ ଶକ୍ତିଶାଳୀ ଦେଶ ଚାହୁଁଥିଲେ ପାକିସ୍ତାନ ସହ ଭାରତ ଯୁଦ୍ଧ ନକରୁ। ୨୬ ନଭେମ୍ବର ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତୁରନ୍ତ ପରେ ଚିଦାମ୍ବରମଙ୍କୁ ଦେଶର ଗୃହମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ସେ ଅର୍ଥମନ୍ତ୍ରୀ ଥିଲେ।