ତାମିଲନାଡୁରେ ୬.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଭୋଟର ଲିଷ୍ଟରେ ଯୋଡ଼ାଯାଇଛି, ଏହା ସମ୍ପୂର୍ଣ୍ଣ ବେଆଇନ: ପି.ଚିଦାମ୍ବରମ

Published By : Prameya-News7 Bureau | August 03, 2025 IST

indiatoday

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ଗହନ ସଂଶୋଧନ (SIR) ଉପରେ ବିବାଦ ଚାଲିଥିବା ବେଳେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ। ସେ କହିଛନ୍ତି ଦାବି କରିଛନ୍ତି ଯେ ତାମିଲନାଡୁରେ ୬.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଭୋଟର ଭାବରେ ଯୋଡାଯାଇଛି। 

ଯାହା ଚିନ୍ତାଜନକ ଏବଂ ବେଆଇନ ବୋଲି ସେ କହିଛନ୍ତି। ନିର୍ବାଚନ କମିଶନ ରାଜ୍ୟଗୁଡ଼ିକର ନିର୍ବାଚନୀ ଚରିତ୍ର ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ସେ ଗମ୍ଭୀର ଅଭିଯୋଗ କରିଛନ୍ତି। ତା’ ଛଡ଼ା ବିହାରରେ ଏସଆଇଆର୍ କାର୍ଯ୍ୟ ଦିନକୁ ଦିନ ଛୋଟ ହେଉଛି ବୋଲି ଦାବି କରିଛନ୍ତି କଂଗ୍ରେସ ରାଜ୍ୟସଭା ସାଂସଦ।

ଚିଦାମ୍ବରମଙ୍କ ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଇଲେକ୍ସନ କମିଶନ ବିହାରର ଭୋଟର ତାଲିକାରୁ ୬୫ ଲକ୍ଷ ଭୋଟରଙ୍କ ନାଁ କାଟିବାକୁ କାମ ଆରମ୍ଭ କରିଦେଇଛି। ଏଥିରେ ୩୬ ଲକ୍ଷ ଏମିତି ଭୋଟର ଅଛନ୍ତି ଯେଉଁମାନେ ହୁଏତ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ସେମାନଙ୍କୁ ଚିହ୍ନଟ କରା ଯାଇପାରି ନାହିଁ। 

ଏନେଇ ଚିଦାମ୍ବରମ କହିଛନ୍ତି “ବିହାରରେ ୬୫ ଲକ୍ଷ ଭୋଟର ଭୋଟଦାନରୁ ବଞ୍ଚିତ ହେବାର ଆଶଙ୍କା ଥିବା ବେଳେ, ତାମିଲନାଡୁରେ ୬.୫ ଲକ୍ଷ ଭୋଟରଙ୍କୁ ଭୋଟର ଭାବରେ ଯୋଡିବା ରିପୋର୍ଟ ଚିନ୍ତାଜନକ ଏବଂ ସ୍ପଷ୍ଟ ଭାବରେ ବେଆଇନ। ସେମାନଙ୍କୁ 'ସ୍ଥାୟୀ ପ୍ରବାସୀ' ବୋଲି କହିବା ପ୍ରବାସୀ ଶ୍ରମିକଙ୍କ ପ୍ରତି ଅପମାନ ଏବଂ ତାମିଲନାଡୁର ଭୋଟରଙ୍କ ନିଜ ପସନ୍ଦର ସରକାର ଚୟନ କରିବାର ଅଧିକାରରେ ଘୋର ହସ୍ତକ୍ଷେପ।” ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍ କରି ଏଭଳି ଟ୍ୱିଟ୍ କରିଛନ୍ତି ଚିଦାମ୍ବରମ।

କେନ୍ଦ୍ର ସରକାର କ୍ଷମତାର ଅପବ୍ୟବହାର କରି ନିର୍ବାଚନ କମିଶନଙ୍କର ଦୁରୁପଯୋଗ କରୁଛନ୍ତି ବୋଲି ଚିଦାମ୍ବରମ ଦାବି କରିଛନ୍ତି। ସେ କହିଛନ୍ତି ଯେ ଭୋଟର ଭାବରେ ନାମାଙ୍କିତ ହେବାକୁ ଥିବା ବ୍ୟକ୍ତିଙ୍କର ଏକ ସ୍ଥାୟୀ ଏବଂ ଆଇନଗତ ଘର ଥିବା ଆବଶ୍ୟକ। ଯେଉଁ ପ୍ରବାସୀ ଶ୍ରମିକଙ୍କର ବିହାର (କିମ୍ବା ଅନ୍ୟ ରାଜ୍ୟ)ରେ ଏପରି ଘର ଅଛି। ତାମିଲନାଡୁରେ ତାଙ୍କୁ କିପରି ଭୋଟର ଭାବରେ ପଞ୍ଜିକୃତ କରାଯାଇପାରିବ?" ପ୍ରବାସୀ ଶ୍ରମିକମାନେ ଭୋଟ ଦେବାକୁ ସେମାନଙ୍କ ରାଜ୍ୟକୁ କାହିଁକି ଯାଇପାରିବେ ନାହିଁ ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି। 

ବର୍ତ୍ତମାନ ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନର ତୀବ୍ର ବିରୋଧ କରୁଛନ୍ତି କଂଗ୍ରେସ ନେତା ଚିଦାମ୍ବରମ। ନିର୍ବାଚନ କମିଶନ କ୍ଷମତାର ଦୁରୁପଯୋଗ କରୁଛନ୍ତି ବୋଲି ଚିଦାମ୍ବରମ କହିଛନ୍ତି। ସେ କହିଛନ୍ତି ଯେ ଯଦି ପ୍ରବାସୀ ଶ୍ରମିକଙ୍କ ପରିବାରର ବିହାରରେ ସ୍ଥାୟୀ ଘର ଅଛି ଏବଂ ସେ ବିହାରରେ ରହୁଛନ୍ତି, ତେବେ ପ୍ରବାସୀ ଶ୍ରମିକଙ୍କୁ କିପରି ତାମିଲନାଡୁକୁ 'ସ୍ଥାୟୀ ପ୍ରବାସୀ' ବୋଲି ବିବେଚନା କରାଯାଇପାରିବ? ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି। 

ତାମିଲନାଡୁ ଭୋଟର ତାଲିକାରେ ଗେଷ୍ଟ ୱାର୍କରଙ୍କ ନାଁ ଯୋଡ଼ିବା ଘଟଣାକୁ ଶାସକ ଡିଏମକେ ଏବଂ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟ ବିରୋଧ କରିଛନ୍ତି। ଏହା ତାମିଲନାଡୁରେ ଏକ ସମସ୍ୟା କାରଣ ସେମାନେ ଏଠାକୁ ଅତିଥି ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ। କିନ୍ତୁ ତାମିଲନାଡୁରେ ସେମାନଙ୍କୁ ଭୋଟର ପରିଚୟପତ୍ର ଦେବା ଦ୍ୱାରା ଭବିଷ୍ୟତରେ ରାଜନୈତିକ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି ଡିଏମ୍‌କେ ଜେନେରାଲ୍ ସେକ୍ରେଟାରୀ ଦୁରାଇମୁରୁଗନ କହିଛନ୍ତି। 

ପଢ଼ନ୍ତୁ- ଅପରେସନ ସିନ୍ଦୂର ନେଇ ଥରୁରଙ୍କୁ ଟାର୍ଗେଟ୍ କଲେ ମଣିଶଙ୍କର ଆୟର: କଂଗ୍ରେସ କହିଲା, ସେ ଦଳର ନୁହଁନ୍ତି




 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.