News7 Logo

ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା, ଆମେରିକାରେ ରାଷ୍ଟ୍ରୀୟ ଶୋକ

NEWS7
charlie kirk

ନୂଆଦିଲ୍ଲୀ ୧୧/୦୯: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ଗୁରୁବାର ଦିନ ଦକ୍ଷିଣପନ୍ଥୀ କର୍ମୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ହତ୍ୟା କରାଯାଇଛି । ତେବେ ଘଟଣା ପରେ ଆମେରିକାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଏହାସହ ଅର୍ଦ୍ଧନିମିତ ରହିବ ପତାକା । ଚାର୍ଲି ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଚାର୍ଲି କିର୍କଙ୍କ ହତ୍ୟା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। 

trump
ସୂଚନା ଥାଉକି, କିର୍କ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ବିତର୍କରେ ଅଂଶଗ୍ରହଣ କରୁଥିଲେ । ଏହି ସମୟରେ ସେ ଏକ ତମ୍ବୁ ତଳେ ମାଇକ୍ ଧରି ଭାଷଣ ଦେଉଥିଲେ ।ସେତେବେଳେ ହଠାତ୍ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଲେ । ଗୁଳିଟି କିର୍କଙ୍କ ବେକରେ ବାଜିଥିଲା । ଗୁଳି ବାଜିବା ମାତ୍ରେ କିର୍କ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏଠାରେ ଡାକ୍ତରମାନେ କିର୍କଙ୍କୁ ମୃତ ଘୋଷଣା କରିଥିଲେ।

The Latest: Conservative activist Charlie Kirk dies after Utah shooting |  Complimentary | havasunews.com​​​​​​​​​​​​​​

ଚାର୍ଲିଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ଟ୍ରମ୍ପ ଲେଖିଛନ୍ତି, 'ମହାନ କିମ୍ବଦନ୍ତୀ ଚାର୍ଲି କିର୍କ ଆଉ ଏହି ଦୁନିଆରେ ନାହାଁନ୍ତି। ଆମେରିକାର ଯୁବପିଢ଼ିଙ୍କୁ ତାଙ୍କଠାରୁ ଭଲ ଭାବରେ କେହି ବୁଝିପାରି ନଥିଲେ । ଚାର୍ଲିଙ୍କ ଭଳି ହୃଦୟ କାହାର ନଥିଲା। ତାଙ୍କୁ ସମସ୍ତେ ଭଲ ପାଉଥିଲେ । ସମ୍ମାନ କରୁଥିଲେ, ବିଶେଷକରି ମୁଁ । ଏବେ ସେ ଆଉ ଆମ ମଧ୍ୟରେ ନାହାନ୍ତି । ମେଲାନିଆ ଓ ମୁଁ ତାଙ୍କ ପ୍ରିୟ ପତ୍ନୀ ଏରିକା ଏବଂ ସମଗ୍ର ପରିବାର ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ। ଚାର୍ଲି, ଆମେ ତୁମକୁ ଭଲ ପାଉ!'

​​​​​​​​​​​​​​