GenZ ମହିଳାଙ୍କୁ ଦୁଷ୍କର୍ମ, ପେଟରୁ କାଢିଦେଲେ ଗର୍ଭାଶୟ : ସୀମା ଟପିଲା ଇରାନ୍ ସେନାର ବର୍ବରତା

NEWS7
chandan-yatra-start-from-today

ତେହରାନ,୪|୦୨ : ଇରାନ ସେନାର ନୃଶଂସ କାମ । ସୀମା ଟପିଲା ସେନା । ଭୁଲିଗଲା ମାନବିକତା ।ଇରାନରେ ଚାଲିଥିବା ଜେନ୍-ଜି ପ୍ରଦର୍ଶନ ବେଳେ ସୁରକ୍ଷାବାହିନୀ ସେଥିରେ ସାମିଲ ମହିଳାଙ୍କୁ ବଳାତ୍କାର କରିଛନ୍ତି । ସେମାନେ ପ୍ରଦର୍ଶନକାରୀ ମହିଳାଙ୍କ ବିରୋଧରେ ବଳାତ୍କାର ସହ ଚେହେରାକୁ ବିକୃତ କରିବାକୁ ଅସ୍ତ୍ର କରିଥିଲେ । ଯାହାଫଳରେ ଲୋକଙ୍କ ଭିତରେ ଭୟ ବଢ଼ିବ । ସେମାନେ ପ୍ରଦର୍ଶନ କରିବାକୁ ଆସିବେ ନାହିଁ । ସଂଘର୍ଷ ବନ୍ଦ ହେବ । ଇରାନୀ-ଜର୍ମାନ ସାମ୍ବାଦିକ ମିଶେଲ ଅବଦୋଲାହି ଏଭଳି ଦାବି କରିଛନ୍ତି ।

ଡେଲି ମେଲ୍ ରିପୋର୍ଟ ଅନୁସାରେ ଅବଦୋଲାହି ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ତାଙ୍କୁ ଏଭଳି ଚାଞ୍ଚଲ୍ୟକର ସୂଚନା ମିଳିଛି । ସେ ଅଭିଯୋଗ କରିଛନ୍ତି ଯେ ଗିରଫ ହୋଇଥିବା ମହିଳାଙ୍କୁ ବଳାତ୍କାର କରାଯାଉଛି । ସେମାନଙ୍କର ଗର୍ଭାଶୟକୁ ବାହାରକୁ କାଢ଼ି ଦିଆଯାଉଛି । କେଶ ସହ ମୁଣ୍ଡ ଖପୁରୀକୁ ବାହାର କରିଦିଆଯାଉଛି । ସେମାନଙ୍କ ଶରୀର ସାରା ସିଗାରେଟ ଚେଙ୍କ ମଧ୍ୟ ଦିଆଯାଉଛି । କେତେକ କ୍ଷେତ୍ରରେ ମହିଳାଙ୍କୁ ଏଭଳି ବିକୃତ କରାଯାଉଛି ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି । ଅନେକ ମହିଳାଙ୍କୁ ହତ୍ୟା କରାଯାଉଛି । ସେମାନଙ୍କ ମୃତଦେହକୁ ଗାୟବ କରିଦିଆଯାଉଛି । ଏପରିକି ପିଲାଙ୍କ ସହିତ ମଧ୍ୟ ଏଭଳି ଜଘନ୍ୟ ଘଟଣା ଘଟାଯାଉଛି । ଇରାନର ଖାମେନି ସରକାର ସେନାକୁ ଏଭଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜର୍ମାନୀର ଏକ ଖବରକାଗଜ ଡାଇଭେଲ୍ଟ ପ୍ରତ୍ୟକ୍ଷଦର୍ଶୀଙ୍କ ଉକ୍ତିକୁ ଉଦ୍ଧାର କରି ଲେଖିଛି ଯେ ପ୍ରଦର୍ଶନରେ ସାମିଲ ହୋଇଥିବା ମହିଳାମାନଙ୍କୁ ସୁରକ୍ଷାବାହିନୀର ଗାର୍ଡମାନେ ଗାଡିରେ ପଶୁଙ୍କ ଭଳି ଲଦି ନେଉଛନ୍ତି । ସେମାନଙ୍କୁ ହତ୍ୟା କରାଯିବା ପୂର୍ବରୁ ବଳାତ୍କାର କରାଯିବ ବୋଲି ଧମକ ଦେଉଛନ୍ତି । ହାଜତରେ ରଖାଯାଇଥିବା ମହିଳା ପ୍ରଦର୍ଶନକାରୀଙ୍କୁ ବଳପୂର୍ବକ ନଗ୍ନ କରାଯାଉଛି । ଅଜଣା ସାମଗ୍ରୀରେ ସେମାନଙ୍କୁ ଇଞ୍ଜେକସନ ଦିଆଯାଉଛି । ଦି ଗାର୍ଡିଅନ ଖବରକାଗଜ ମଧ୍ୟ କେରମାନଶାହ ସହରରେ ଜଣେ ୧୬ ବର୍ଷୀୟା ଯୁବତୀଙ୍କୁ ଏକାଧିକ ବ୍ୟକ୍ତି ଯୌନ ଉତ୍ପୀଡନ କରିଥିବାର ଖବର ପ୍ରକାଶ କରିଛି । ସୁରକ୍ଷାକର୍ମୀ ତାଙ୍କୁ ଶରୀରର ସମ୍ବେଦନଶୀଳ ସ୍ଥାନରେ ମାଡ଼ ମାରିଛନ୍ତି ।