ଚନ୍ଦକା ସୁଶାନ୍ତ ଟୁଡୁ ହତ୍ୟା ଘଟଣା, ଦୁଇ ସାଙ୍ଗକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | June 15, 2024 IST

Breaking_1

ଭୁବନେଶ୍ବର ୧୫।୦୬ : ଚନ୍ଦକା ସୁଶାନ୍ତ ଟୁଡୁ ହତ୍ୟାକାଣ୍ଡ ଘଟଣା । ହତ୍ୟାକାଣ୍ଡରେ ପୋଲିସକୁ ମିଳିଲା ସଫଳତା । ସୁଶାନ୍ତର ଦୁଇ ସାଙ୍ଗକୁ ଗିରଫ କରିଛି ପୋଲିସ । ଦୁଇ ସାଙ୍ଗ ହେଲେ ରାଜେନ୍ଦ୍ର ହାଂସାଦା ଓ ମୋହନ ମାରାଣ୍ଡି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୧୧ ତାରିଖରେ ସୁଶାନ୍ତଙ୍କୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲା ଦୁଇ ସାଙ୍ଗ । ପୂର୍ବରୁ ସ୍କୁଟିରୁ ତେଲ ସରିଯିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ତିନି ଜଣ ନିଶା ଅବସ୍ଥାରେ ଥିଲେ । କାହିଁକି ଗାଡିରୁ ତେଲ ସରିଗଲା ସେହି କଥାକୁ ନେଇ ସମସ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶେଷରେ ରାଜେନ୍ଦ୍ର ଓ ମୋହନ ମିଶି ସୁଶାନ୍ତଙ୍କ ବେକକୁ ଗାମୁଛାରେ ଚିପି ହତ୍ୟା କରିଥିଲେ । ହତ୍ୟା କରିବା ପରେ ସୁଶାନ୍ତଙ୍କ ମୃତଦେହକୁ ପାଖରେ ଥିବା ଏକ ବୁଦାକୁ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ଆଉ ଏବେ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.