ଶିଶୁ ପର୍ଣ୍ଣୋଗ୍ରାଫି ମାମଲାରେ ଆମେରିକୀୟ ଅଭିନେତା ମାଥ୍ୟୁ ପ୍ରୋକୋପ୍ ଗିରଫ, ହାଇସ୍କୁଲ ମ୍ୟୁଜିକାଲ୍-3କୁ ନେଇ ଚର୍ଚ୍ଚାରେ ଥିଲେ

NEWS7
chandabali-girl-found-dead-in-railway-track-in-baranga-station

ନୂଆଦିଲ୍ଲୀ: ଡିଜନୀ ଚଳଚ୍ଚିତ୍ର ହାଇ ସ୍କୁଲ ମ୍ୟୁଜିକାଲ୍ ୩: ସିନିୟର ଇୟରରେ ଜିମି ଦି ରକେଟ୍ ମ୍ୟାନ୍ ଜାରା ଭୂମିକା ପାଇଁ ଜଣାଶୁଣା ପୂର୍ବତନ ଅଭିନେତା ମାଥ୍ୟୁ ପ୍ରୋକୋପ୍ ଶିଶୁ ପର୍ଣ୍ଣୋଗ୍ରାଫି ଅଭିଯୋଗରେ ଗିରଫ ହୋଇଛନ୍ତି । ମାଥ୍ୟୁଙ୍କ ବିରୋଧରେ ଚୁକ୍ତି ଉଲ୍ଲଂଘନ ଏବଂ ଗୁରୁତର ଆକ୍ରମଣ ନେଇ ମଧ୍ୟ ଅଭିଯୋଗ ହୋଇଛି ।

TMZର ରିପୋର୍ଟ ଅନୁଯାୟୀ , ମାଥ୍ୟୁ ପ୍ରୋକୋପ୍ କାଉଣ୍ଟି ଜେଲରେ ବନ୍ଦୀ ଅଛନ୍ତି । ଶିଶୁ ପର୍ଣ୍ଣୋଗ୍ରାଫି ଏବଂ ଗିରଫଦାରୀକୁ ପ୍ରତିରୋଧ କରିବା ସମେତ ଅନେକ ଅଭିଯୋଗରେ ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ଗିରଫ ହେବା ପରେ ତାଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କୁ ଜାମିନ ମିଳିପାରିବ ନାହିଁ । ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଚୁକ୍ତି ଖିଲାପ ଅଭିଯୋଗରେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ମେ’ ୨୦୨୪ ରେ, ପ୍ରୋକୋପଙ୍କୁ ତାଙ୍କ ପ୍ରେମିକାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭିକ୍ଟୋରିଆରୁ ଗିରଫ କରାଯାଇଥିଲା। ପରିବାର ଉପରେ ଗୁରୁତର ଆକ୍ରମଣ ଏବଂ ଗିରଫଦାରୀକୁ ପ୍ରତିରୋଧ କରିବା ଅଭିଯୋଗରେ ମଧ୍ୟ ସେ ଛନ୍ଦି ହୋଇଥିଲେ ।

ଆମେରିକୀୟ ଅଭିନେତ୍ରୀ ଶାରା ହାଇଲାଣ୍ଡ ‘ଗ୍ରୀକ ଚାର୍ମିଂ’ ଫିଲ୍ମର ତାଙ୍କର କୋ-ଷ୍ଟାର ପ୍ରୋକୋପ୍ଙ୍କୁ ୪ ବର୍ଷ ଡେଟ କରିଥିଲେ । ଅଗଷ୍ଟ ୨୦୧୪ରେ ହାଇଲାଣ୍ଡ, ପ୍ରୋକୋପଙ୍କ ବିରୋଧରେ ଘରୋଇ ହିଂସା ନେଇ ଗୁରୁତର ଅଭିଯୋଗ କରିଥିଲେ । ସେତେବେଳେ ଗିରଫଦାରୀକୁ ଏଡ଼ାଇ ଯାଇଥିଲେ ପ୍ରୋକୋପ ।

ଟେକ୍ସାସରେ ଜନ୍ମିତ ମାଥ୍ୟୁ ପ୍ରୋକୋପ ପ୍ରଥମେ ୨୦୦୭ରେ ‘ହାନା ମୋଣ୍ଟାନା’ରେ ଅଭିନୟ କରିଥିଲେ । ତା’ପରେ ଦି ଅଫିସରେ ଅଭିନୟ କରିଥିଲେ ମାଥ୍ୟୁ । ୨୦୧୧ରେ ପ୍ରୋକୋପ୍ ମ୍ୟାନେଜମେଣ୍ଟ 360 ଏବଂ APA ଦ୍ୱାରା ଲୋକପ୍ରିୟତା ପାଇଥିଲେ । ପରେ ପରେ ମିଡିୟମ, ଫ୍ୟୁରି ଭେଞ୍ଜେନ୍ସ ,ଗୀକ୍ ଚାର୍ମିଂ (୨୦୧୧)ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲା ।