LIVE TV

ଦ୍ଵିତୀୟ ଥର ମାଆ ହେବେ ସୋନମ କପୁର, ବେବି ବମ୍ପ ସହ ସେୟାର କଲେ ଷ୍ଟାଇଲିସ୍‌ ଫଟୋ

NEWS7
chalijibaku-chibaku-chinta-karuchhanti-driver

ନୂଆଦିଲ୍ଳୀ ୨୧।୧୧; ଖୁସି ଖବର ଦେଲେ ସୋନମ କପୁର । ଦ୍ୱିତୀୟଥର ମାଆ ହେବା ନେଇ କଲେ ଘୋଷଣା । ବେବି ବମ୍ପ ଲୁକ୍ ସହ ଦେଖାଇଲେ ଷ୍ଟାଇଲିସ୍ ଝଲକ । ଛୁଟିଲା ଶୁଭେଚ୍ଛାର ସୁଅ । ବଲିଉଡ ଅଭିନେତା ଅନୀଲ କପୁର ପୁଣି ଥରେ ଅଜା ହେବେ । ଗୁରୁବାର ସେ ତାଙ୍କର ଦ୍ୱିତୀୟ ଗର୍ଭବତୀ ହେବାର ନେଇ କନଫର୍ମ କରିଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ବେବି ବମ୍ପରେ ଷ୍ଟାଇଲିସ୍ ଲୁକ୍ରେ ଫଟୋ ସେୟାର କରି ଖୁସି ଖବର ଦେଇଛନ୍ତି । ଯାହା ପରେ ତାଙ୍କୁ ଫ୍ୟାନ୍ସ ସମେତ ସେଲିବ୍ରିଟିଙ୍କର ଛୁଟୁଛି ଶୁଭେଚ୍ଛାର ସୁଅ।

ପୁଣି ଥରେ ମାଆ ହେବେ ସୋନମ

ସୋନମ କପୁର ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି ଦ୍ୱିତୀୟ ଗର୍ଭବତୀ ଘୋଷଣା କରିଛନ୍ତି । ସେୟାର ହୋଇଥିବା ଫଟୋ ଗୁଡିକରେ ତାଙ୍କୁ ଗୋଲାପୀ ଫର୍ମାଲ୍ ଡ୍ରେସ୍ ପିନ୍ଧିଥିବାର ଦେଖିବାକୁ ମିଳୁଛି । ଫଟୋ ଗୁଡ଼ିକରେ ତାଙ୍କର ବେବି ବମ୍ପ ଲୁକ ବି ନଜର ଆସିଛି । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ, ଅଭିନେତ୍ରୀ ପୋଷ୍ଟଟିକୁ ସେୟାର କରି ୨୦୨୬ରେ କୁନି ଅତିଥି ଆସିବା ନେଇ ନିଶ୍ଚିତ କରିଛନ୍ତି। ଅନେକ ସେଲିବ୍ରିଟି ସୋନମଙ୍କ ପୋଷ୍ଟକୁ ଲାଇକ୍ ଏବଂ କମେଣ୍ଟ କରିଛନ୍ତି । ଅଭିନେତ୍ରୀ ପରିଣୀତି ଚୋପ୍ରା ସୋନମଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି, "ଅଭିନନ୍ଦନ।" ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, "ଶୁଭେଚ୍ଛା ସେପଟେ କରୀନା କପୁର ଲେଖିଛନ୍ତି, "ସୋନା ଏବଂ ଆନନ୍ଦ ସହ ଲଭ୍ ଇମୋଜି ଦେଇଛନ୍ତି। ଶନାୟା କପୁର ଏବଂ ଭୂମି ପେଡନେକର ପୋଷ୍ଟରେ ହାର୍ଟ ଇମୋଜି ଦେଇଛନ୍ତି ।

କହିବାକୁ ଗଲେ ସୋନମ ଆନନ୍ଦଙ୍କୁ ମେ ୮, ୨୦୧୮ରେ ଏକ ପାରମ୍ପରିକ ସମାରୋହରେ ବିବାହ କରିଥିଲେ । ସେମାନେ ୨୦ ଅଗଷ୍ଟ, ୨୦୨୨ ରେ ସେମାନଙ୍କର ପ୍ରଥମ ସନ୍ତାନ, ପୁଅ ବାୟୁର ପିତାମାତା ହୋଇଥିଲେ । ଏହି ସମୟରେ ସେ ପୋଷ୍ଟ କରି ଲେଖିଥିଲେ, "୨୦.୦୮.୨୦୨୨ ରେ, ଆମେ ଆମର ସୁନ୍ଦର ଶିଶୁପୁତ୍ରଙ୍କୁ ସ୍ୱାଗତ କରିଥିଲୁ । ଏହି ଯାତ୍ରାରେ ଆମକୁ ସମର୍ଥନ କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଏବଂ ପରିବାରକୁ ଧନ୍ୟବାଦ । ଏହା କେବଳ ଆରମ୍ଭ, କିନ୍ତୁ ଆମେ ଜାଣୁ ଯେ ଆମର ଜୀବନ ସବୁଦିନ ପାଇଁ ବଦଳି ଯାଇଛି ''