ଓଡିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ, ୬୨ ଲକ୍ଷ ୮୪ ହଜାର ଭୋଟର ବାଛିବେ ନେତା

Published By : Prameya-News7 Bureau | April 18, 2024 IST

ଭୁବନେଶ୍ୱର ୧୮।୦୪ : ଓଡିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତ । ମେ ୧୩ରେ ୪ଟି ଲୋକସଭା ଏବଂ ୨୮ ବିଧାନସଭା ଆସନରେ ମତଦାନ । ଏହାପୂର୍ବରୁ ନିର୍ବାଚନ ପ୍ରସ୍ତୁତି ପ୍ରେସମିଟ୍‌ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । 

ଗୁରୁବାର ଦିନ ଅନୁଷ୍ଠିତ ଏହି ପ୍ରେସମିଟ୍‌ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି ଯେ, ଆଜିଠୁ ରାଜ୍ୟରେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ । ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୩୧ ଲକ୍ଷ ୮୭ ହଜାର ୭୭୧ । ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୩୦ ଲକ୍ଷ ୯୬ ହଜାର ୨୪୩ । ମୋଟ ଭୋଟରଙ୍କ ସଂଖ୍ୟା ୬୨,୮୪,୬୪୯ । 

ତେବେ ନିର୍ବାଚନ ହେବାକୁ ଥିବା ଏହି ୪ ସଂସଦୀୟ କ୍ଷେତ୍ରରେ ୭୨୮୯ ପୋଲିଂ ଷ୍ଟେସନ ରହିଛି । ସିଭିଜିଲଆପରେ ୫୮୭ ଅଭିଯୋଗ ଆସିଥିଲା ୫୮୨ ସମାଧାନ ହୋଇଛି । ରାଜ୍ୟରେ ସିଭିଜିଲି ଆପରେ ୩୮୭୩ ଅଭିଯୋଗ ଆସିଥିବା ବେଳେ ବୁଧବାର ସୁଦ୍ଧା ୩୮୫୪ ସମାଧାନ ହୋଇଛି । ବିଶେଷ ଭାବେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁରରୁ ଅଧିକ ଅଭିଯୋଗ ଆସିଛି । ପୋଷ୍ଟର ଆଉ ବ୍ୟାନରକୁ ନେଇ ୨୭୦୦ ଅଭିଯୋଗ ଆସିଛି । 

ସେହିପରି ବର୍ତ୍ତମାନ ସୁଦ୍ଧା ଜବତ ହୋଇଛି ୨ କୋଟି ଲକ୍ଷ ନଗଦ ଟଙ୍କା, ୧୮ କୋଟି ୧୯ ଲକ୍ଷ ଟଙ୍କାର ମଦ, ୪୩ କୋଟି ୬୯ ଲକ୍ଷ ଗଞ୍ଜେଇ ବ୍ରାଉନ ସୁଗାର, ୭.୧୭ କୋଟିର ସୁନା ସହ ୪୭ କୋଟି ୪୪ ଲକ୍ଷର ଅନ୍ୟାନ୍ୟ ସାମଗ୍ରୀ ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୧୮ କୋଟି ଟଙ୍କାର ସାମଗ୍ରୀ ଜବତ । ସେଥିମଧ୍ୟରୁ ୬୧.୬୬ କୋଟି ପୋଲିସ ଜବତ କରିଥିବା ବେଳେ ଅବକାରୀ ୩୦ କୋଟି, ରାଜ୍ୟ ଜିଏସଟି ୧୭ କୋଟି, ରାଜସ୍ୱ ଏବଂ ଗୁଇନ୍ଦା ବିଭାଗ ୬.୬୪ କୋଟି, ପରିବହନ ବିଭାଗ ୧.୧୯ କୋଟି, ଆୟକର ବିଭାଗ ୭୩ ଲକ୍ଷ, ବନ ବିଭାଗର ୯୫ ଲକ୍ଷ ରହିଛି ।  

ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛନ୍ତି । ସେମାନେ ଆଦର୍ଶ ଆଚରଣ ବିଧି ଠିକ ସେ ପାଳନ, ସୁରକ୍ଷା ବ୍ୟବସ୍ଥା, ପ୍ରାଥିଙ୍କ ଖର୍ଚ୍ଚ, ଏ ସବୁକୁ ଯାଞ୍ଚ କରିବେ ।  ସେହିପରି ମାଓ ଅଧ୍ୟୁସିତ ଅଞ୍ଚଳରେ ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟିଂ ସମୟରେ ପରିବର୍ତ୍ତନ କରାଯାଇଛି । ସୁରକ୍ଷା ପାଇଁ ୧୦ କମ୍ପାନୀ ବିଏସଫ, ୫ କମ୍ପାନୀ ସିଆଇଏସଫ ନିୟୋଜିତ ହୋଇଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.