ବିଏମ୍‌ସି ଅଫିସ୍‌ରେ ଖସିଲା ସିଲିଂ, ମେୟରଙ୍କ ଚାମ୍ବର ନିକଟରେ ଖସିଥିବା ସୂଚନା

Published By : Prameya-News7 Bureau | August 19, 2025 IST

ଭୁବନେଶ୍ବର ୧୯।୮: ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ଅଘଟଣ । ଅଫିସ୍‌ ଭିତରେ ଖସିପଡିଲା ସିଲିଂ । ମେୟରଙ୍କ ଚାମ୍ବର ନିକଟରେ ସିଲିଂ ଖସିପଡ଼ିଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳେ କାର୍ଯ୍ୟାଳୟର ୟୁଜି ପ୍ଲୋର ସିଲିଂ ଖସି ପଡ଼ିଥିବା ଜଣାପଡ଼ିଛି । ତେବେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି ।

ସେପଟେ ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି, ଏସି ପାଣି ଲାଗି ସିଲିଂ ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି । ପ୍ରତିବର୍ଷ ମରାମତି ହୁଏ, ମରାମତି ପୂର୍ବରୁ ଖସିପଡ଼ିଛି । ଛାତ ଖସିନାହିଁ, ଛାତ ତଳେ ଥିବା ସିଲିଂ ଖସିଛି । ୟୁଜି ଫ୍ଲୋର ଅଞ୍ଚଳରେ ପାଖାପାଖି ୧୦୦ ମିଟରରୁ ଅଧିକ ସ୍ଥାନରେ ସିଲିଂ ଖସିଛି । ଅଫିସ୍ ଖୋଲିନଥିବା ବେଳେ ସକାଳ ୯ଟାରୁ ୯ଟା ୩୦ ମିନିଟ୍ ମଧ୍ୟରେ ସିଲିଂ ଖସିଥିବା ମେୟର କହିଛନ୍ତି । ସକାଳ ସମୟରେ ସିଲିଂ ଖସିଥିବାରୁ କେହି ଆହତ ହୋଇନଥିବା ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଫେବୃଆରୀ ୧୬ ତାରିଖରେ ସତ୍ୟନଗର ଅଞ୍ଚଳରେ ନିର୍ମିତ ହୋଇଥିଲା ବିଏମ୍‌ସିର ଏହି ନୂଆ ବିଲ୍ଡିଂ । ଏହାକୁ ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

You Can Read:

ସୁସ୍ଥ ଥିଲେ, ଡିସଚାର୍ଜ ହୋଇଥାନ୍ତେ ; ଭୁଲ୍ ଇଞ୍ଜେକସନ ନେଇଗଲା ଭରତଙ୍କ ଜୀବନ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.