ବାଲେଶ୍ବର ୭।୮: ବାଲେଶ୍ବର ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣା ତଦନ୍ତରୁ ହଟିଲେ ଏସ୍. ସାଇନି । CAW ଆଇଜି ଏସ୍. ସାଇନି ତଦନ୍ତରୁ ଅନ୍ତର ହୋଇଛନ୍ତି । ଅଗଷ୍ଟ ୧୫ ତାରିଖ ଯାଏଁ ଛୁଟିରେ ରହିବେ ଏସ୍. ସାଇନି । ଛୁଟି ଅନୁମତି ଦେଇଛନ୍ତି ଗୃହ ବିଭାଗ । ଆଗକୁ ତଦନ୍ତ ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ ।
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଏସ୍ପି ଅନିରୁଦ୍ଧ ରାଉତରାୟ । ସେ କହିଛନ୍ତି, ମୁଁ ତଦନ୍ତର ରିଭ୍ୟୁ କରିବାକୁ ଆସିଛି । ଅଗ୍ରଗତି ନେଇ ଡିଜିଙ୍କୁ ରିପୋର୍ଟ ଦେବି । ଏହା ଏକ ନିରନ୍ତର ପ୍ରକ୍ରିୟା, ପ୍ରତ୍ୟେକ ଦିଗକୁ ବିଚାର କରୁଛୁ । ଆମେ ସତ୍ୟ ଓ ତଥ୍ୟ ବାହାର କରୁଛୁ ।
You Can Read:
କଟକରେ ହେବ କେନ୍ଦ୍ରାପଡ଼ା ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, କଡ଼ା ସୁରକ୍ଷାରେ ହେଲା ସ୍ଥାନାନ୍ତର