ଗାଁ ନିକଟରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ମଦ ଆଉ ପାଣି ବୋତଲ

NEWS7
captain-charith-asalanka-wins-the-toss-and-elects-to-bat-first

ମାଲକାନଗିରି ୫।୨: ଗାଁ ନିକଟରେ ପଡ଼ିଛି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ପାଖରେ ପଡ଼ିଛି ମଦ ଆଉ ପାଣି ବୋତଲ । କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ । ମାଲକାନଗିରି ଜିଲ୍ଲା ଏମ୍‌ଭି ୧୬ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ଆସୁଛି ସାଇଣ୍ଟିଫିକ୍ ଟିମ୍ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ ଗୋଟିଏ ପଟେ ମାଲ୍ୟବନ୍ତ ମହୋତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ମାଲକାନଗିରି ଜିଲ୍ଲା ଏମ୍‌ଭି ୧୬ ଗାଁ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ସେହି ଗ୍ରାମର ୩୬ ବର୍ଷ ବୟସ୍କ ଉତ୍ତମ ବିଶ୍ବାସ ବୋଲି ଜଣାପଡିଛି । କେହି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ହତ୍ୟାକାଣ୍ଡର କୌଣସି ସୁରାକ ବର୍ତ୍ତମାନ ସୁଦ୍ଧା ମିଳିନଥିବା ବେଳେ ଅଧିକ ତଦନ୍ତ କରିବା ପାଇଁ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ମଗାଯାଇଛି । ଏ ନେଇ ଅଧିକ ଛାନଭିନ ଚଳାଇଛି ପୋଲିସ ।