ନୂଆଦିଲ୍ଲୀ – ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ,ରାଜ୍ୟ ବିଧାନସଭା ଗୁଡ଼ିକ ଦ୍ୱାରା ପ୍ରସ୍ତୁତ ବିଲ୍ ଗୁଡ଼ିକ ଉପରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟ ସୀମା ନିର୍ଦ୍ଧାରଣ କରିବାକୁ କେନ୍ଦ୍ର , କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ମଧ୍ୟରେ କ୍ଷମତା ଗୁଡ଼ିକର ପୃଥକୀକରଣକୁ ଗୁରୁତ୍ୱାରୋପ କରିଛି ଏବଂ କହିଛି ଯେ, ଏହି ଆଦେଶରେ ରାଜ୍ୟର ଅଙ୍ଗଗୁଡ଼ିକ ମଧ୍ୟରେ ସାମ୍ବିଧାନିକ ସନ୍ତୁଳନକୁ ଅସ୍ଥିର କରିବାର ସମ୍ଭାବନା ରହିଛି। ଏହା ଏହି କଥା ଉପରେ ଜୋର ଦେଇଛି ଯେ, ରାଜ୍ୟପାଳଙ୍କ ସହମତି ଏକ ଉଚ୍ଚ ବିଶେଷାଧିକାର, ପୂର୍ଣ୍ଣାଙ୍ଗ, ନ୍ୟାୟିକ କ୍ଷମତା ନୁହେଁ।
୧୨ ଅଗଷ୍ଟରେ କୋର୍ଟରେ ଏକ ଲିଖିତ ଭାବେ ପ୍ରସ୍ତୁତିକରଣରେ - ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିବା ଏକ ସନ୍ଦର୍ଭ ଉପରେ ଶୁଣାଣି କରିଥିଲେ ଯେ, ରାଷ୍ଟ୍ରପତି ବା ରାଜ୍ୟପାଳଙ୍କ କାର୍ଯ୍ୟ ପାଇଁ କଣ ସମୟ ସୀମା ସ୍ଥିର କରାଯାଇ ପାରେ - ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ, ଗଣତନ୍ତ୍ରରେ ନ୍ୟାୟପାଳିକା ପାଖରେ ସବୁ ସମସ୍ୟାର ଉତ୍ତର ନଥାଏ ଏବଂ ଯଦି କୌଣସି ଅଙ୍ଗକୁ ଅନ୍ୟର କାର୍ଯ୍ୟକୁ ନିଜେ କରିବାକୁ ଅନୁମତି ଦିଆଯାଏ, ତେବେ ଏହାର ପରିଣାମ ଏକ ସାମ୍ବିଧାନିକ ଅବ୍ୟବସ୍ଥା ହେବ, ଯାହାର ପରିକଳ୍ପନା (ସମ୍ବିଧାନ) ପ୍ରଣେତାଙ୍କ ଦ୍ୱାରା କଳ୍ପନା କରାଯାଇ ନାହିଁ।
ଏପ୍ରିଲ ମାସରେ, ଦୁଇ ବିଚାରପତିଙ୍କ ଖଣ୍ଡପୀଠ ରାଜ୍ୟପାଳମାନଙ୍କୁ ବିଚାରାଧୀନ ବିଲ୍ ଉପରେ କାର୍ଯ୍ୟ କରିବା ପାଇଁ ଏକ ସମୟସୀମା ସ୍ଥିର କରି ଥିଲେ ଏବଂ ପ୍ରଥମ ଥର ପାଇଁ ନିର୍ଦ୍ଦେଶ ଦେଇଥିଲେ ଯେ, ରାଷ୍ଟ୍ରପତି ରାଜ୍ୟପାଳଙ୍କ ଦ୍ୱାରା ବିଚାର ପାଇଁ ସଂରକ୍ଷିତ ବିଲ୍ ଉପରେ ଏପରି ସନ୍ଦର୍ଭ ଗ୍ରହଣ କରିବାର ତାରିଖରୁ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବା ଉଚିତ। ମେ ମାସରେ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସନ୍ଦର୍ଭରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାୟ ଉପରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ ଥିଲେ।
ମେହେଟା ତାଙ୍କ ଉପସ୍ଥାପନାରେ କହିଥିଲେ ଯେ, କ୍ଷମତା ଗୁଡ଼ିକର ପୃଥକୀକରଣ ସାମ୍ବିଧାନିକ ଢାଞ୍ଚାର ଏକ ଅଂଶ, " ବର୍ଷ ବର୍ଷ ଧରି, ବ୍ୟବହାରିକ ପ୍ରୟୋଗରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଓଭରଲାପ୍ ଓ ଯାଞ୍ଚ ଏବଂ ସନ୍ତୁଳନ କିମ୍ବା କ୍ଷମତାର ମିଶ୍ରଣ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ, ସେ କହିଥିଲେ, "ଏପରି କିଛି କ୍ଷେତ୍ର ଅଛି ଯାହା ତିନୋଟି ଅଙ୍ଗ ମଧ୍ୟରୁ ଯେକୌଣସି ପାଇଁ ସ୍ୱତନ୍ତ୍ର ରହିଥାଏ ଏବଂ ଅନ୍ୟମାନଙ୍କ ଦ୍ୱାରା ଏହାକୁ ଖୋଳତାଡ କରା ଯାଇପାରିବ ନାହିଁ କି ଏହା ଉପରେ ଅନ୍ୟ କାହାର ଅଧିକାର ନାହିଁ। ରାଜ୍ୟପାଳ ଓ ରାଷ୍ଟ୍ରପତି ଭଳି ଉଚ୍ଚ ପୂର୍ଣ୍ଣାଙ୍ଗ ପଦବୀ ସେହି କ୍ଷେତ୍ର ମଧ୍ୟରେ ରହିଥାଏ। ଯଦିଓ ସେମାନେ ରାଜନୈତିକ ପଦବୀ, ସେମାନେ ଗଣତାନ୍ତ୍ରିକ ଇଚ୍ଛାଶକ୍ତିର ମଧ୍ୟ ପ୍ରତିନିଧିତ୍ୱ କରନ୍ତି। ଯଦିଓ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ଏବଂ ରାଜ୍ୟପାଳମାନେ ମନ୍ତ୍ରୀ ପରିଷଦ (ରାଷ୍ଟ୍ରପତିଙ୍କ ମାଧ୍ୟମରେ କାର୍ଯ୍ୟ କରନ୍ତି) ଦ୍ୱାରା ନିଯୁକ୍ତ ହୁଅନ୍ତି। ପ୍ରତ୍ୟକ୍ଷ ନିର୍ବାଚନ ଗଣତନ୍ତ୍ରରେ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକମାତ୍ର ରୂପ ନୁହେଁ। କ୍ଷମତାର ସେହି ପଦବୀ, ଯେଉଁଠାରେ ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ନିଯୁକ୍ତି କରାଯାଏ, ତାହା ମଧ୍ୟ ଗଣତାନ୍ତ୍ରିକ ବିଶ୍ୱାସର ବୈଧ କେନ୍ଦ୍ର ମଧ୍ୟ ଅଟେ।
ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ- ସେହିପରି ସଂଘର ସଂଘୀୟ ୟୁନିଟରେ ରାଜ୍ୟପାଳମାନଙ୍କୁ ବିଦେଶୀ ଭାବେ ବ୍ୟବହାର କରାଯିବା ଉଚିତ୍ ନୁହେଁ। ରାଜ୍ୟପାଳମାନେ କେବଳ କେନ୍ଦ୍ରର ପ୍ରତିନିଧି ନୁହଁନ୍ତି, ବରଂ ପ୍ରତ୍ୟେକ ସଂଘୀୟ ୟୁନିଟରେ ସମଗ୍ର ଦେଶର ପ୍ରତିନିଧି। ସେମାନେ ବୃହତ୍ତର ଭାରତୀୟ ସାମ୍ବିଧାନିକ ଭ୍ରାତୃତ୍ୱର ଅଂଶ ଭାବରେ ରାଜ୍ୟଗୁଡ଼ିକରେ ଜାତୀୟ ସ୍ୱାର୍ଥ ଏବଂ ଜାତୀୟ ଗଣତାନ୍ତ୍ରିକ ଇଚ୍ଛାଶକ୍ତିକୁ ପ୍ରତିନିଧିତ୍ୱ କରନ୍ତି।