୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ, ଆକାଉଣ୍ଟ ଥିଲେ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ

NEWS7
canada-election-interference-india-china-russia-pakistan

ନୂଆଦିଲ୍ଲୀ ୧୦।୧୨; ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆକୁ ନେଇ ନୂଅ ନିୟମ । ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ ହୋଇଛି । ଆଜିଠୁ ଅର୍ଥାତ୍ ୧୦ ଡିସେମ୍ବରରୁ ଏହି ନିୟମ ଲାଗୁ ହୋଇଛି । ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ । ନଚେତ୍ କମ୍ପାନୀକୁ ୩୩ ମିଲିୟନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି , ଯିଏ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି । ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ନୂଆ ନିୟମକୁ ପ୍ରଶଂସା କରିଛନ୍ତି । ଇଣ୍ଟରନେଟ୍ ମିଡିଆ ଉପରେ ପ୍ରତିବନ୍ଧକ ପିଲାମାନଙ୍କୁ ସେମାନଙ୍କର ଶୈଶବ ସୁନିଶ୍ଚିତ କରିବ। ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଏହି ବଡ଼ ପଦକ୍ଷେପ ନିଆଯାଇଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ପିଲାମାନଙ୍କୁ ଟିକଟକ୍ , ୟୁଟ୍ୟୁବ୍, ମେଟାରଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ସମେତ ଅନେକ ପ୍ଲାଟଫର୍ମ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି । ନୂଆ ଆଇନ୍ ଅନୁଯାୟୀ, ୧୦ଟି ବଡ ପ୍ଲାଟଫର୍ମ ଉପରେ ପିଲାମାନଙ୍କ ପାଇଁ କଟକଣା ଲାଗିଛି । ନିର୍ଦ୍ଦେଶ ଦିଆଯାଇଛି ଯେ ନିୟମ ନମାନିଲେ କମ୍ପାନୀକୁ ୩୩ ମିଲିୟ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ବାକ୍ ସ୍ୱାଧୀନତା ପ୍ରବକ୍ତାମାନେ ଏହି ଆଇନକୁ ସମାଲୋଚନା କରିଛନ୍ତି। କିନ୍ତୁ ପିତାମାତା ଏବଂ ଶିଶୁ ଅଧିକାର ପ୍ରବକ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି । ଅନଲାଇନରେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ୟ ଅନେକ ଦେଶ ଗମ୍ଭୀରତାର ସହିତ ସମାନ ପଦକ୍ଷେପ ବିଷୟରେ ବିଚାର କରୁଛନ୍ତି ।

ଅନ୍ୟପଟେ କେହି କେହି ଆଇନର ପ୍ରଶଂସା କରୁଥିବା ବେଳେ ସିଡନୀର ୧୫ ବର୍ଷୀୟ ନାୟା ଜୋନ୍ସ ଏବଂ ମାଇସି ନେଲାଣ୍ଡ ଏହି ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେମାନେ ଯୁକ୍ତି ବାଢିଛନ୍ତି କି, ଏହି ନିୟମ ଦେଶର ପ୍ରାୟ ୨.୬ ନିୟୁତ କିଶୋରଙ୍କ ମତାମତ ସ୍ୱାଧୀନତାକୁ ସୀମିତ କରୁଛି । ତଥାପି, ସରକାର ଦାବି କରୁଛନ୍ତି ଯେ, ଅଧିକାଂଶ ପିତାମାତା ଇଣ୍ଟରନେଟ୍ ଗଣମାଧ୍ୟମର କ୍ଷତିକାରକ ପ୍ରଭାବରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପକୁ ସମର୍ଥନ କରିଛନ୍ତି ।