୧୭ତମ ସର୍ବଭାରତୀୟ ମଠଖାଇ ମହୋତ୍ସବ ଉଦଘାଟିତ, ପ୍ରଥମ ଦିନରେ ଦର୍ଶକଙ୍କ ମନ ଜିଣିଲା ନାଟକ ମଗୁଣୀର ଶଗଡ଼ ମହିଳା

NEWS7
cabinet-sanctions-rs-11440-crore-financial-package-to-debt-stricken-rinl

ବଲାଙ୍ଗୀର: ବଲାଙ୍ଗିର କୋଶଲ କଳାମଣ୍ଡଳ ପଡ଼ିଆରେ ଆରମ୍ଭ ହୋଇଛି ୧୭ତମ ସର୍ବଭାରତୀୟ ମଠଖାଇ ମହୋତ୍ସବ। ଭୁମିକା ଓ ମଠଖାଇ ମହୋତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଏହି ବହୁଭାଷୀ ସର୍ବଭାରତୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଛି। ଉଦଘାଟନୀ ଦିବସରେ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ ଯୋଗଦେଇଥିଲେ।

ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ମଞ୍ଚାସୀନ ଥିଲେ। ଜୀବନ ଏକ ନାଟକ, ନାଟକ କେବେ ମରେ ନାହିଁ, ନାଟକ ଦ୍ବାରା ହିଁ ସମାଜର ବିକାଶ ହେବ ବୋଲି ଅତିଥିମାନେ ମତ ରଖିଥିଲେ। ଶେଷରେ ଭୁବନେଶ୍ୱରରୁ ଆସିଥିବା କଳାକାରମାନେ ନାଟକ ମଞ୍ଚସ୍ଥ କରିଥିଲେ। ମାଗୁଣୀର ଶଗଡ଼ ନାଟକ ଲୋକଙ୍କ ମନ ମୋହିଥିଲା। ସମାଜ ବଦଳିବା ସହ କେମିତି ଲୋକଙ୍କ ଆବଶ୍ୟକ ତା ବଢ଼ିବା ଦ୍ୱାରା ଧୀରେ ଧୀରେ କେମିତି ଆମ ପରମ୍ପରା, ସବୁ ପୁରୁଣା ସ୍ମୃତି ଲୋପ ପାଇଯାଉଛି ତାହା ନୁଖୁଣ ଭାବରେ ମଞ୍ଚସ୍ଥ କରିଥିଲେ କଳାକାର ମାନେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ନାଟକ ଦେଖିବା ସହ ଉପଭୋଗ କରିଥିଲେ।