ବ୍ରେକ୍ ଫେଲ୍ ହେଲା ବସ୍, କୋଇଲା ବୋଝଇ ଟ୍ରକ୍‌କୁ ଦେଲା ଧକ୍କା

Published By : Prameya-News7 Bureau | August 27, 2025 IST

ସୋର ୨୭।୮: ସୋର ଥାନା ୧୬ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢ଼ାବା ନିକଟରେ ବସ୍-ଟ୍ରକ୍ ଧକ୍କା । ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବୁଲବୁଲ ନାମକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ର ଦୁଇ ଡ୍ରାଇଭର ଗୁରୁତର ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବସ୍‌ରେ କୌଣସି ଯାତ୍ରୀ ନଥିବା ବେଳେ ଭୁବନେଶ୍ୱରରୁ ଏକ ଗ୍ୟାରେଜରେ ବସ୍ କାମ କରି ଫେରୁଥିବା ବେଳେ କଲେଜ ଛକ ନିକଟରେ ବସ୍‌ର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଆଗରେ ଯାଉଥିବା ଏକ କୋଇଲା ବୋଝଇ ଟ୍ରକ୍‌କୁ ଧକ୍କା ଦେଇଥିଲା ।

You Can Read:

ପୂର୍ବ ଶତ୍ରୁତାରୁ ପୁରୀରେ ବୁଲିଲା ଖଣ୍ଡା : ବର୍ତ୍ତିଲେ ଦୋକାନୀ, ଦୁର୍ବୃତ୍ତ ହାଣି ପକାଇଲେ ଖଜା ଝୁଡି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.