ଏବେ ବି ଅନ୍ଧବିଶ୍ବାସରୁ ମୁକୁଳି ପାରିନାହାନ୍ତି ଲୋକେ, ସନ୍ଦେହ କରି ମହିଳାଙ୍କୁ ନୃଶଂସ ହତ୍ୟା

NEWS7
bus-catches-fire-in-bhadrak

ରାଇରଙ୍ଗପୁର ୨୮।୨: ଏବେ ବି ଅନ୍ଧବିଶ୍ବାସରୁ ମୁକୁଳି ପାରିନାହାନ୍ତି ଲୋକେ । କିଛି ବି ଅସୁବିଧା ହେଲେ ସନ୍ଦେହରେ ନୃଶଂସ ହତ୍ୟା କରିବାକୁ ପଛାଉ ନାହାନ୍ତି ଲୋକେ । ପୁଣି ସେହି ଅନ୍ଧବିଶ୍ବାସ କବଳିତ ହୋଇ ଜଣେ ଅବିବାହିତ ବୃଦ୍ଧାଙ୍କୁ କଟୁରୀରେ ହାଣି ନୃଶଂସ ହତ୍ୟା କରିବା ଭଳି ଘଟଣା ଘଟିଛି ବହଳଦା ଥାନା କୁମ୍ଭୀରଦା ଗାଁରେ ।

ପଡୋଶୀ ମହିଳାଙ୍କୁ ସନ୍ଦେହ କରି ରାତିରେ ଏକୁଟିଆ ଶୋଇଥିବା ବେଳେ କଟୁରୀରେ ହାଣି ହତ୍ୟା କରିଛି ଅଭିଯୁକ୍ତ । ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ମୃତ ମହିଳା ହେଲେ ଜବା ଟୁଡୁ । ଅଭିଯୁକ୍ତ ହତ୍ୟାକାରୀ ମୃତକଙ୍କ ପଡୋଶୀ ଯୁଗୁ ମାର୍ଣ୍ଡି । ଅତିରିକ୍ତ ଏସ୍‌ପି ଯଦୁନାଥ ଜେନା, ଏସ୍‌ଡିପିଓ ବୀରେନ୍ଦ୍ର ସେନାପତି, ବହଳଦା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।