ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି: ଆକାଶ ମାର୍ଗରେ କଟକଣା ଯୋଗୁ ୩୫୦ ଭାରତୀୟ ବିମାନ ବାତିଲ

NEWS7
bullet-found-in-women-stomach-while-delivery-in-bihar-hajipur

ନୂଆଦିଲ୍ଲୀମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ୍ ଓ ଆମେରିକା ଇରାନ ଉପରେ ଯେତେକି ଆକ୍ରମଣ କରୁଛନ୍ତି ଇରାନ ବି ଆମେରିକାକୁ ଟାର୍ଗେଟ୍ କରି ଏହାର ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି। ଫଳରେ ଇରାନ ସହିତ କତାର, ୟୁଏଇ, ବାହାରିନ, ସାଇପ୍ରସ, ଇରାକ ଲେବାନନ ଭଳି ଦେଶ ଯୁଦ୍ଧର ତାଣ୍ଡବର ଶିକାର ହେଉଛନ୍ତି। ସେପଟେ ଦୂରରେ ଥାଇ ଆମେରିକା ଇସ୍ରାଏଲକୁ ହାତ କରି ମଧ୍ୟପ୍ରାଚ୍ୟରେ ଅଶାନ୍ତି ସୃଷ୍ଟି କରି ମଜା ନେଉଛି।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଗମ୍ଭୀର ହେବାରୁ ଏହିସବୁ ଦେଶଗୁଡିକୁ ଭାରତରୁ ବିମାନ ଉଡ଼ାଣ ବାତିଲ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀରବିବାର,ମାର୍ଚ୍ଚ ୧ ତାରିଖରେ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିତ ମୋଟ ୩୫୦ଟି ବିମାନ ବାତିଲ କରାଯାଇଛିପୂର୍ବରୁ ୪୪୪ଟି ବିମାନ ବାତିଲ ହେବାର ଆଶା କରାଯାଉଥିଲା।ଏନେଇ ମନ୍ତ୍ରଣାଳୟ କହିଛି"ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଘଟଣାକ୍ରମରୁ ଉପୁଜିଥିବା ସମସ୍ୟା ଯୋଗୁ ଆକାଶ ମାର୍ଗରେ କଟକଣା ଲାଗିଥିବାରୁ ମାର୍ଚ୍ଚ ୧ ତାରିଖରେ ଭାରତୀୟ ଘରୋଇ ଏୟାରଲାଇନ୍ସଗୁଡ଼ିତ ଦ୍ୱାରା ପରିଚାଳିତ ମୋଟ ୩୫୦ଟି ବିମାନ ଉଡ଼ାଣ ବାତିଲ କରାଯାଇଛି।"

ଏହା ପୂର୍ବରୁ ୪୧୦ଟି ଘରୋଇ ବିମାନ ଉଡ଼ାଣ ବାତିଲ ହୋଇଥିବା ମନ୍ତ୍ରଣାଳୟ ରିପୋର୍ଟ କରିଥିଲା। ଏବଂ ଯାତ୍ରୀମାନେ ସମ୍ପୃକ୍ତ ଏୟାରଲାଇନ୍ସ ସହିତ ସେମାନଙ୍କର ଉଡ଼ାଣର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକୀୟ ସହାୟତା ପାଇଁ ସେମାନଙ୍କ ସହିତ ସମନ୍ୱୟ ରଖିବାକୁ ପରାମର୍ଶ ଦେଇଥିଲା।ତେବେ ସମୟ ଅନୁସାରେ ଯାତ୍ରୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଏୟାରଲାଇନ୍ସଗୁଡ଼ିକ ଟ୍ରାକ୍ ଚେଞ୍ଜ୍ କରିବା ପୂର୍ବରୁ ସତର୍କ ରହିଛନ୍ତି।

ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାର ଇଣ୍ଡିଆ ରବିବାର ଆହୁରି ୨୨ଟି ଅନ୍ତର୍ଜାତୀୟ ବିମାନ ବାତିଲ କରିଛି।ଫଳରେ ଏୟାରଲାଇନ୍ସର ମୋଟ ବିମାନ ବାତିଲ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି।ଏଭଳି ସ୍ଥିତିରେ ବିମାନ କମ୍ପାନୀଗୁଡ଼ିକ ଯାତ୍ରୀଙ୍କ ପାଇଁ ପୂରା ସୁବିଧା ମଧ୍ୟ ଦେଇଛନ୍ତି।