ପଶ୍ଚିମବଙ୍ଗରୁ ଓଡ଼ିଶାକୁ ବ୍ରାଉନସୁଗାର ଚୋରା ଚାଲାଣ, ୧୧ ଲକ୍ଷ ଟଙ୍କାର ଧଳାଜହର ଜବତ

Published By : Prameya-News7 Bureau | August 19, 2025 IST

ଜଳେଶ୍ବର ୧୯।୮: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ବ୍ରାଉନସୁଗାର ଚୋରା ଚାଲାଣ ବେଳେ ଧରାପଡିଲା । ଜଳେଶ୍ୱର ଅବକାରୀ ସାଟେଲାଇଟ୍ ବିଭାଗ ଦ୍ୱାରା ଜଳେଶ୍ୱର ରେଳଷ୍ଟେସନ ସମ୍ମୁଖରୁ ୧୧୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଜଣେ ବ୍ରାଉନସୁଗାର ବେପାରୀ ଗିରଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୧ଲକ୍ଷ ୨୦ହଜାର ଟଙ୍କା ହେବ । ଗିରଫ ବ୍ରାଉନସୁଗାର ବେପାରୀ ହେଲେ ଜଳେଶ୍ୱର ଥାନା ରାଜପୁର ଗ୍ରାମର ୬୫ ବର୍ଷ ବୃଦ୍ଧ ସେକ୍ କେଫା ଯୁଦ୍ଦିନ । ଅବକାରୀ ସାଟେଲାଇଟ ବିଭାଗର ତଦନ୍ତ ଜାରି ରହିଛି । 

ସୂଚନାଯୋଗ୍ୟ ଯେ, ଜଳେଶ୍ୱର ଥାନା ଅଞ୍ଚଳରେ ଥିବା ରାଜପୁର, ଝାଡ଼େଶ୍ୱରପୁର, ସେକବାଡ଼, ଶାଶନବାଡ଼ ଆଦି ବ୍ରାଉନ ସୁଗାର କାରବାର ହବ୍ ପାଲଟିଛି ।   ମଙ୍ଗଳବାର ସକାଳ ୮ଟା ସମୟରେ ଜଳେଶ୍ୱର ଥାନା ରାଜପୁର ଗ୍ରାମର ସେକ କେଫା ଯୁଦ୍ଦିନ ନାମକ ୬୫ ବର୍ଷର ବୃଦ୍ଧ ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ରାଉନ ସୁଗାର ନେଇ ଆସୁଥିବା ସମୟରେ ଜଳେଶ୍ୱର ଅବକାରୀ ସେଟଲାଇଟ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଇନ୍ସପେକ୍ଟର ଲକ୍ଷେ ସାଧବ ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ୫ ଜଣିଆ ଟିମ୍ ଜଳେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଚଢ଼ାଉ କରି ବ୍ରାଉନସୁଗାର ବେପାରୀ ସେକ କେଫା ଯୁଦ୍ଦିନଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ୧୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ୨୦ ହଜାର ଟଙ୍କା ହେବ, ଅବକାରୀ ପୋଲିସ ଏକ ମାମଲା ରୁଜୁ କରି ବ୍ରାଉନସୁଗାର ବେପାରୀ ସେକ କେଫା ଯୁଦ୍ଦିନକୁ କୋର୍ଟକୁ ପଠାଇ ତଦନ୍ତ ଜାରି ରଖିଛି ।

You Can Read:

ଗାଧୋଇବାକୁ ନଦୀରେ ଯାଇଥିଲେ ଗାଈ ଚରାଳି, ମିଳୁନି ପତ୍ତା : କୁମ୍ଭୀର ଟାଣି ନେଇଥିବା ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.