ଉଡ଼ାଣ ସମୟରେ ରାଡାରରୁ ଗାୟବ ହୋଇଗଲା ବାୟୁସେନା ବିମାନ, ସର୍ଚ୍ଚ ଅପରେସନ୍ ଜାରି

NEWS7
british-pm-boris-johnsons-fiancee-gives-birth-a-baby-boy

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିବା ନେଇ ଖବର ଆସିଛି । ଜେଟଟି ଆସାମ ଆକାଶରେ ଉଡ଼ୁଥିବା ସମୟରେ ରହସ୍ୟମୟ ଭାବରେ ରାଡାରରୁ ଅଦୃଶ୍ୟ ହୋଇଯାଇଛି। ବିମାନଟିକୁ ଠାବ କରିବା ପାଇଁ ବାୟୁସେନା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି । ଏକ IAF Su-30 MKI ନିଖୋଜ ହୋଇଥିବା ନେଇ ରିପୋର୍ଟ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି ।

ବିମାନଟି ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା ।ବିମାନ ସହ ଶେଷ ଥର ପାଇ ସନ୍ଧ୍ୟା ୭.୪୨ ରେ ଶେଷ ଥର ପାଇଁ ଯୋଗାଯୋଗ ହୋଇଥିଲା । ସେପଟେ ଜାତୀୟ ଗଣମାଧ୍ୟମ ଅନୁସାରେ, ସ୍ଥାନୀୟ ଲୋକ କହିଛନ୍ତି ସନ୍ଧ୍ୟା ପରେ ପାହାଡ଼ ପାଖରୁ ଏକ ଜୋରଦାର ବିସ୍ଫୋରଣ ଶୁଣାଯାଇଛି । ଏତେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା ଯେ, ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ । କିଛି ଲୋକ ଏହା ମଧ୍ୟ ଦାବି କରଛନ୍ତି ଯେ, ବିସ୍ଫୋରଣର କିଛି ସେକେଣ୍ଡ ପରେ ପାହାଡ଼ରୁ ଧୂଆଁ ଉଠିଥିବା ଦେଖାଯାଇଥିଲା। ଯେଉଁଠାରେ ବିସ୍ଫୋରଣ ଏବଂ ଧୂଆଁର ଖବର ମିଳିଛି ତାହା ଜନବସତିଠାରୁ ବହୁତ ଦୂରରେ।

ସୁଖୋଇ-30 MKIର ବୈଶିଷ୍ଟ୍ୟ

-ସୁଖୋଇ- ୩୦ ଏମକେଆଇ ହେଉଛି ରୁଷ୍ ନିର୍ମିତ ଏକ ମଲ୍ଟିରୋଲ୍ ଯୁଦ୍ଧ ବିମାନ ।

-ଏହା ୮ ହଜାର କିଲୋଗ୍ରାମ ଅସ୍ତ୍ରଶସ୍ତ୍ର ସହିତ ଉଡ଼ାଣ କରିବାକୁ ସକ୍ଷମ ।

-ଏହି ବିମାନ ଏକକାଳୀନ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରିବ।

-ସୁଖୋଇ-୩୦ ଏମକେଆଇ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ସକ୍ଷମ ।