LIVE TV

ସମୀର ୱାଙ୍ଖଡେଙ୍କୁ ବମ୍ବେ ହାଇକୋର୍ଟଙ୍କ ଆଶ୍ୱସ୍ତି, କହିଲେ ଗିରଫର ୩ ଦିନ ପୂର୍ବରୁ କରାଯିବ ନୋଟିସ୍

NEWS7

ମୁମ୍ବାଇ ୨୮।୧୦:  କ୍ରୁଜ ଡ୍ରଗ୍ସ କେସ୍‌ ର ତଦନ୍ତକାରୀ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଗିରଫଦାରୀ ନେଇ ଗୁରୁବାର ବମ୍ବେ ହାଇକୋର୍ଟ ଆଶ୍ୱସ୍ତ କରିଛନ୍ତି। ଯଦି ତାଙ୍କ ବିରୋଧରେ ଅପରାଧିକ ମୋକଦ୍ଦମା ରୁଜୁ କରାଯାଏ ତେବେ ୭୨ ଘଣ୍ଟା ପୂର୍ବରୁ ତାଙ୍କୁ ସୂଚିତ କରିଦିଆଯିବ ବୋଲି କୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱାସନ ଦେଇଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

{"id":534634,"width":841,"height":631,"sizeSlug":"full","linkDestination":"none"}

ଏନେଇ ୱାଙ୍ଖଡେ କୋର୍ଟରେ କରିଥିବା ନିବେଦନରେ ଏବେ ରାଜ୍ୟ ସରକାର ତାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରୁଥିବା ଉଲ୍ଲେଖ କରିଛନ୍ତି। ଏଣୁ ତାଙ୍କ ବିରୋଧରେ ଯଦି କୌଣସି ଯାଞ୍ଚ ନିର୍ଦ୍ଦେଶ ଦିଆଯାଏ ତେବେ ସିବିଆଇ ଦ୍ୱାରା ଯାଞ୍ଚ ଲାଗି ଆଦେଶ ଦେବାକୁ ସେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ସେହିପରି କ୍ରୁଜ ଡ୍ରଗ୍ସ କେସ୍‌ରେ ଲାଞ୍ଚ କାରବାର ନେଇ ପୋଲିସ ଆରମ୍ଭ କରିଥିବା ଯାଞ୍ଚରେ ହୁଏତ ତାଙ୍କୁ କେତେବେଳେବି ଗିରଫ କରାଯାଇପାରେ ବୋଲି ସେ ଉଲ୍ଲେଖ କରିଥିଲେ।

{"id":534635,"width":839,"height":471,"sizeSlug":"full","linkDestination":"none"}

ତେବେ ହାଇକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଓକିଲ ସରକାରଙ୍କ ପଟରୁ ଏ ନେଇ ସମ୍ପୂର୍ଣ୍ଣ ଆଶ୍ୱସ୍ତି ଦେଇଛନ୍ତି। ଯଦି ମାମଲାରେ ତାଙ୍କର ଗିରଫ ଆବଶ୍ୟକତା ପଡେ ତେବେ ମୁମ୍ବାଇ ପୋଲିସ ଏଥିଲାଗି ୩ ଦିନ ପୂର୍ବରୁ ତାଙ୍କୁ ନୋଟିସ୍‌ କରିବ ବୋଲି ଓକିଲ କୋର୍ଟଙ୍କୁ କହିଛନ୍ତି। ଓକିଲ କହିଛନ୍ତି ଯେ ଏହି ଆବେଦନ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ସମ୍ପର୍କିତ। ଆଇନ ଅନୁସାରେ ମୋକଦ୍ଦମା ରୁଜୁର ୭୨ ଘଣ୍ଟା ପୂର୍ବରୁ ଏ ନେଇ ସୂଚିତ କରିଦିଆଯିବାର ପ୍ରାବଧାନ ରହିଛି। କୋର୍ଟରେ ସରକାରଙ୍କ ଏହି ଆଶ୍ୱାସନ ୱାଙ୍ଖଡେଙ୍କ ଲାଗି ସାମାନ୍ୟ ଆଶ୍ୱସ୍ତିକର ହୋଇଛି।