ଆସିକା ୧୪।୫: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ମହୁପଦର ପଞ୍ଚାୟତ ଅଞ୍ଚଳରେ ଅଭାବନୀୟ ଘଟଣା l ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଯୁବତୀଙ୍କ ଘର ଆଗରେ ବୋମାମାଡ଼ ହୋଇଛି l ବୋମାମାଡ଼ରେ ଯୁବତୀଙ୍କ ବାପା ଓ ଖୁଡି ଦୁଇ ଜଣ ଆହତ ହୋଇଛନ୍ତି l
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ମହୁପଦର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ ତାଙ୍କ ଗ୍ରାମର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ l କିନ୍ତୁ ଯୁବତୀ ଜଣକ ସେହି ଯୁବକଙ୍କୁ ପ୍ରେମ କରିବାକୁ ରାଜି ହୋଇନଥିଲେ l ଯାହାକୁ ନେଇ ଯୁବକ ଜଣଙ୍କ ବାରମ୍ବାର ରାସ୍ତାଘାଟରେ ଯୁବତୀଙ୍କୁ ଅଟକାଇ ପ୍ରେମ ନିବେଦନ କରିବା ସହ ଅନେକ ସମୟରେ କମେଣ୍ଟ ପାସ୍ କରୁଥିଲା l ଘଟଣାକୁ ନେଇ ସମ୍ପୃକ୍ତ ଯୁବକ ଜଣଙ୍କ ଯୁବତୀଙ୍କ ପରିବାର ଲୋକଙ୍କ ସହ ଅନେକ ଥର ବଚସା ମଧ୍ୟ କରୁଥିଲେ l
ମଙ୍ଗଳବାର ମଧ୍ୟ ଯୁବକ ଜଣକ ଯୁବତୀଙ୍କ ବାପାଙ୍କ ସାଥିରେ ବଚସା କରିବା ସହ ଝିଅକୁ ଉଠାଇ ନେବାକୁ ଧମକ ଦେଇଥିଲେ l ଫଳରେ ଯୁବତୀଙ୍କ ବାପା ଓ ଯୁବକଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା l ଯାହାକୁ କେନ୍ଦ୍ରକରି ସମ୍ପୃକ୍ତ ଯୁବକ ଜଣକ ଯୁବତୀଙ୍କ ଘର ସମ୍ମୁଖରେ ଦୁଇଟି ବୋମାମାଡ଼ କରିଥିଲେ l ବୋମାମାଡ଼ରେ ଯୁବତୀଙ୍କ ବାପା ଓ ଖୁଡି ଦୁଇ ଜଣ ଆହତ ହୋଇ ଶେରଗଡ଼ ମେଡିକାଲରେ ଚିକିତ୍ସିତ ହୋଇଥିଲେ l ଏନେଇ ଶେରଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ଘଟଣା ପରେ ଫେରାର ଅଛନ୍ତି l
ଅପର ପକ୍ଷରେ ଯୁବକଙ୍କ ଏଭଳି କାର୍ଯ୍ୟକଳାପକୁ ଦେଖି ଗ୍ରାମବାସୀ ମାନେ ମଧ୍ୟ ଅତିଷ୍ଠ ଥିବା ବେଳେ ବୁଧବାର ଏକ ବୈଠକ କରି ଏସବୁ ଉପରେ ଆଲୋଚନା କରିଛନ୍ତି l ଖୁବ୍ ଶୀଘ୍ର ଯୁବକଙ୍କୁ ଧରି କିଭଳି ପୋଲିସରେ ଜିମା ଦିଆଯିବ ସେନେଇ ମଧ୍ୟ ଗ୍ରାମସଭାରେ ଆଲୋଚନା ହୋଇଛି l
You Can Read:
ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଲେ ଜଳେଶ୍ୱର SDPO, ଜୀବନ ହାରିବାକୁ ଦେଲେ ଚେତାବନୀ !