ଭୁବନେଶ୍ୱର ୨୮/୧୧ : ଗାଡ଼କଣରେ ବୋମା ମାଡ଼। କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ ଫୁଟିଲା ବୋମା। ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ। ସକାଳ ୮ ବେଳେ ଫୁଟିଲା ବୋମା। ଦୃର୍ବୃତ୍ତ ମାନେ ଅନ୍ୟ ଆଡ଼େ ନେଇ ଯାଉଥିବା ବେଳେ ଘଟିଛି ଅଘଟଣ।

ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ପୋଲିସର ଛନଭିନ୍। କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ଅନୁମାନ କରିଛି ପୋଲିସ। କିଏ କେଉଁଠାକୁ ଆଉ କେଉଁ ଆଡେ ବୋମା ନେଉଥିଲେ ତାର ତନାଘନା କରୁଛି ପୋଲିସ। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ଚାଲିଛି ଯାଞ୍ଚ୍।