News7 Logo

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ପାଇଁ କୋରିଓଗ୍ରାଫର ସରୋଜ ଖାନ ଛାଡ଼ି ଦେଇଥିଲେ ଫିଲ୍ମ

NEWS7
-

ମୁମ୍ୱାଇ – ବଲିଉଡ୍‌ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାନ ଏବେ ଆଉ ଦୁନିଆରେ ନାହାନ୍ତି। ହେଲେ ଗୋଟେ ସମୟ ଏମିତି ଥିଲା ,ଯେବେ ସେ ଇଣ୍ଡଷ୍ଟ୍ରୀରେ ସବୁଠୁ ସ୍ମରଣୀୟ ଡ୍ୟାନ୍ସ ନମ୍ୱର୍ସ ଦେଇଥିଲେ। ମାଧୁରୀ ଦୀକ୍ଷିତ୍‌ , ଜୁହି ଚାୱଲା , ଶ୍ରୀଦେବୀଙ୍କ ସମେତ ୬୦ ଦଶକରୁ ନେଇ ୨୦୨୦ଯାଏ ସେ ସେହି ସମୟର ସବୁ ଟପ୍‌ ଅଭିନେତ୍ରୀଙ୍କୁ ଡ୍ୟାନ୍ସ ଶିଖାଇ ଥିଲେ। ଫିଲ୍ମ ନିର୍ମାତାଙ୍କ ଠାରୁ ନେଇ କଳାକାରଙ୍କ ସହ ତାଙ୍କର ଭଲ ସଂପର୍କର କଥା ବି ସାମ୍ନାକୁ ଆସେ। କିନ୍ତୁ ତାଙ୍କର ଜିଦ୍‌ ମଧ୍ୟ ଖବରରେ ରହିଛି। ଅଭିନେତ୍ରୀ ରେଖାଙ୍କ ସହ ଫାଟ ବ୍ୟତୀତ ଜଣେ ଏମିତି ଅଭିନେତ୍ରୀ ଥିଲେ ଯେଉଥି ପାଇଁ ସେ ଫିଲ୍ମ ହିଁ ଛାଡ଼ି ଦେଇଥିଲେ।

ସରୋଜ ଖାନ ନିଜର ଏକ ପୁରୁଣା ଇଣ୍ଟରଭ୍ୟୁରେ କହିଥିଲେ ଯେ , ତାଙ୍କୁ ଜଣେ ଅଭିନେତ୍ରୀଙ୍କ ପାଇଁ ଫିଲ୍ମ ଛାଡ଼ିବାକୁ ପଡ଼ିଲା। କୋରିଓଗ୍ରାଫରଙ୍କ ମୁତାବିକ , ଏହି ଅଭିନେତ୍ରୀ ତାଙ୍କୁ ନମସ୍କାର କରୁ ନଥିଲେ। ସରୋଜ ଖାନଙ୍କୁ ଏତେ ରାଗ ଆସିଲା ଯେ, ସେ ଫିଲ୍ମକୁ ହିଁ ବାଏ ବାଏ କରି ଦେଲେ। ଏହି ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହେଁ ରବୀନ ଟଣ୍ଡନ ହିଁ ଥିଲେ। ଏହି ବିଷୟରେ ସେ ନିଜର ଏକ ପୁରୁଣା ଇଣ୍ଟରଭ୍ୟୁରେ କହିଥିଲେ , ରବୀନ ଟଣ୍ଡନ , ମୁଁ ତାଙ୍କ ଉପରେ ବହୁତ ରାଗିଥିଲି। ନମସ୍କାର କରୁ ନଥିଲେ। ମୁଁ ଏତେ ରାଗି ଯାଇଥିଲି ଯେ ମୁଁ ଫିଲ୍ମ ଛାଡି ଦେଇଥିଲି। ଏହାପରେ ମୁଁ ତାଙ୍କ ସହ କାମ କରି ନଥିଲି। ଅର୍ଥାତ୍‌ ଆମ ସମୟରେ ଯେପର୍ଯ୍ୟନ୍ତ ମାଷ୍ଟର ଆମକୁ ବସିବାକୁ ନକହନ୍ତି ବସୁ ନଥିଲେ।

raveena tandon​​​​​​​

ସେ ଆହୁରି କହିଥିଲେ, ଏବେ ତ ତାଙ୍କ ପ୍ରତି କୌଣସି ସମ୍ମାନ ନାହିଁ । ତଥାପି ଏହା କହିବି ନାହିଁ ସମସ୍ତେ ଠାରେ ସେମିତି ନାହିଁ । ମାଧୁରୀ ଦୀକ୍ଷିତ ମୋ ତ ଫେବରେଟ୍‌। କାରଣ ସେ କାମରେ ଠକି ନାହାନ୍ତି। ଯାହା କହିଛି ସେ କରିଛନ୍ତି। କେବେ ଏମିତି କହି ନାହାନ୍ତି ଯେ, ମାଷ୍ଟର ଜୀ ଏହି ହାତ ମୋର ଯନ୍ତ୍ରଣା ହେଉଛି।

ଆପଣଙ୍କୁ କହି ରଖୁଛୁ ଯେ, ଅନେକ ବର୍ଷ ଇଣ୍ଡଷ୍ଟ୍ରୀରେ କାମ କରିବା ପରେ ୨ ଜୁଲାଇ ୨୦୨୦ରେ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇ ଥିଲା। ଏହି ସମୟରେ ତାଙ୍କର ବୟସ ୭୧ ବର୍ଷ ହୋଇଥିଲା। ସରୋଜ ଖାନ ରୋଗରେ ପୀଡ଼ିତ ଥିଲେ ଏବଂ ସେ ଆଉ ଭଲ ହୋଇ ପାରି ନଥିଲେ।