ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ, ପରିକ୍ରମା ମାର୍ଗର କଲେ ଉଚ୍ଚପ୍ରଶଂସା

Published By : Prameya-News7 Bureau | March 28, 2024 IST

ପୁରୀ ୨୮/୦୩: ପୁରୀରେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ ସିସାଦ୍ରୀ । ପୁରୀରେ ପହଞ୍ଚିବା ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ଅଭିନେତ୍ରୀ ମିନାକ୍ଷୀ। ତେବେ ଶ୍ରୀମନ୍ଦିରକୁ ଯାଇ ସେ ଦୀର୍ଘ ସମୟ ଧରି ପୂଜାର୍ଚ୍ଚନା କରିଥିଲେ । 


ଏହାପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ବୁଲି ଦେଖିଥିଲେ । ତେବେ ସରକାରଙ୍କ ଏଭଲି କାର୍ଯ୍ୟକୁ ଦେଖିବା ପରେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହାସହ ସେ ମହାପ୍ରଭୁଙ୍କ ନିକଟରେ ଦେଶବାସୀଙ୍କ ମଙ୍ଗଳ କାମନା କରିଛନ୍ତି ବୋଲି ପ୍ରତିକ୍ରିୟାରେ କହିଥିଲେ ।


ଗତ ୩୦ ବର୍ଷ ତଳେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ । ଆଜି ପୁଣି ମହାପ୍ରଭୁଙ୍କ ଡାକରା ମିଳିବାରୁ ସେ ପୁରୀ ଆସିବାର ସୌଭାଗ୍ୟ ଲାଭ କରିଥିବା କହିଛନ୍ତି । ତେବେ ପୁରୀ ଆସିବା ପୁର୍ବରୁ ସେ କୋଣାର୍କ ମନ୍ଦିର ସହିତ ଭୁବନେଶ୍ଵର ର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଥିବା କହିଛନ୍ତି। 


ଓଡ଼ିଶା ବାସୀ ହେଉଛନ୍ତି ବେଶ୍ ସାଧାସିଧା । ଯାହାକି ତାଙ୍କୁ ବେଶ ଭଲ ଲାଗେ ବୋଲି ମିନାକ୍ଷୀ କହିଛନ୍ତି । ମହାପ୍ରଭୁ ତାଙ୍କ ଜିବନକୁ ସଫଳ କରନ୍ତୁ ବୋଲି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖି ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ୮୦ ଓ ୯୦ ଦଶକରେ ପ୍ରମୁଖ ଅଭିନେତ୍ରୀ ଥିଲେ ମିନାକ୍ଷୀ । ସେ ବହୁତ୍ ହିଟ ଚଳଚ୍ଚିତ୍ରର  ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି।


  • Bollywood
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.