LIVE TV

କଠିନ ପରିଶ୍ରମ ଓ ଆର୍ଶୀବାଦ ଆଣିଦେଲା ସଫଳତା, ୧୭ ତମ ରାଙ୍କରେ ବଲାଙ୍ଗୀରର ସୁପ୍ରିୟା ମିଶ୍ର

NEWS7
supriya

ବଲାଙ୍ଗୀର ୨୮।୦୯ : ଓଏସ୍‌ ରେଜଲ୍ଟ ବାହାରିବା ପରେ ଏବେ ସବୁଠି ଖୁସି । ଯେଉଁମାନେ ପରୀକ୍ଷା ଦେଇଥିଲେ ବେଶ୍ ଆଶାବାଦୀ ଥିଲେ । କିଛି ରାଙ୍କ କମିବାରୁ ନିରାଶ ତ, ଆଉ କିଛି ଭଲ ରାଙ୍କ ରଖି ବେଶ୍‌ ଖୁସି ଅଛନ୍ତି । ଆଗକୁ ସେମାନେ ହେବେ ପ୍ରଶାସନିକ ଅଧିକାରୀ । କଠିନ ପରିଶ୍ରମ ଓ ପାଠପଢା ଆଣିଦେଇଛି ସଫଳତା । ବଲାଙ୍ଗୀର କନ୍ଦପାଲିପଡ଼ା ସୁପ୍ରିୟା ମିଶ୍ର ପ୍ରଥମ ପ୍ରୟାସରେ ହିଁ ମାରିନେଇଛନ୍ତି ବାଜି ।

ଅବସରପ୍ରାପ୍ତ ଶିକ୍ଷକ କୁଳମଣୀ ମିଶ୍ର ଓ ଶାନ୍ତିଲତା ମିଶ୍ରଙ୍କ ସୁପ୍ରିୟା । ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟରେ ମ୍ୟାଟ୍ରିକ୍‌ ଓ ଭିସୁଟ୍‌ ବୁର୍ଲାରେ ଇଣ୍ଟ୍ରିଗ୍ରେଟେଡ୍‌ ଏମ୍‌ଏସସି କରିଛନ୍ତି ସୁପ୍ରିୟା । ଏହାପରେ ସେ କଠିନ ପରିଶ୍ରମ କରି ଓପିଏସ୍‌ ପରୀକ୍ଷା ଦେଇଥିଲେ । ଆଉ ପରିଣାମ ଏବେ ସଫଳତା ଆଣିଦେଇଛି।୧୭ ତମ ରାଙ୍କ ହାସଲ କରିଛନ୍ତି ସୁପ୍ରିୟା । ତେବେ ଆଗକୁ ଜଣେ ଭଲ ପ୍ରଶାସନିକ ଅଧିକାରୀ ହେବା ସହ ନିଜ ଅଞ୍ଚଳର ବିକାଶ ପାଇଁ କରିବେ । ତାଙ୍କ ସଫଳତାର ସମସ୍ତ ଶ୍ରେୟ  ନିଜ ବାପା-ମାଆଙ୍କୁ ଦେଇଛନ୍ତି । ​​​​​​​