ଘରେ ପଡିଛି ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହରେ ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | May 29, 2024 IST

କେନ୍ଦ୍ରାପଡା ୨୯/୫: ସନ୍ଦେହଜନକ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ।କେହି ଗଳାକାଟି ହତ୍ୟା କରିଥିବା ସନ୍ଦେହ । ତଦନ୍ତ କରୁଛି ପୋଲିସ । କେନ୍ଦ୍ରାପଡା ନିକିରାଇ ଥାନା ଘାଗରା ଗାଁରେ ଘର ଭିତରୁ ୭୨ ବର୍ଷୀୟା ଶାନ୍ତିଲତା ପରିଡାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗଳାରେ ଗଭୀର କ୍ଷତ ଚିହ୍ନ ଥିବାରୁ କେହି ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

 ଏକମାତ୍ର ବିବାହିତା ଝିଅର ମୃତ୍ୟୁ ପରେ ଶାନ୍ତିଲତା ଘରେ ଏକୁଟିଆ ରହୁଥିଲେ । ବୁଧବାର ସକାଳୁ ଶାନ୍ତିଲତାଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ । 

You Can Read:

ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ ! କାଜୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.