ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ, ରାଜସ୍ଥାନରୁ ଧରା ପଡିଲା ଅଭିଯୁକ୍ତ

NEWS7
body-carried-on-bike-in-koraput

ନୂଆଦିଲ୍ଲୀ, ୨୦/୦୨ : ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କରଣୀ ସେନାର ଜଣେ କାର୍ଯ୍ୟକର୍ତ୍ତା ହତ୍ୟା ଧମକ ଦେଇଛନ୍ତି । କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା ଗୁରୁବାର ଏହି ଦାବି କରିଛନ୍ତି । ସେ ଧମକପୂର୍ଣ୍ଣ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।

ସେଥିରେ ଅଭିଯୁକ୍ତ ରାଜ ସିଂହ କହିଛନ୍ତି ଯେ, ନିକଟରେ ବଜେଟ୍ ଅଧିବେଶନ ସମୟରେ ୨୫ ବିରୋଧୀ ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାକୁ ବରଦାସ୍ତ କରାଯିବ ନାହିଁ । ଏସବୁ ଲାଗି ରାହୁଲ ଗାନ୍ଧୀ ଦାୟୀ । ୨୪ ଘଣ୍ଟା ମଧ୍ୟରେ ଏହି ସାଂସଦଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

ଏହି ଖବରଟି ପଢନ୍ତୁ...  ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ଫ୍ରାନ୍ସ ରାଷ୍ଟ୍ରପତି, କହିଲେ-୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ବ୍ୟାନ କରାଯାଉ ସୋସିଆଲ୍ ମିଡିଆ

ସେ ଆହୁରି କହିଛନ୍ତି ଯେ, ଯଦି ପୁଣି ଏଭଳି ଘଟଣା ଘଟେ ତେବେ ରାହୁଲଙ୍କ ଘରେ ପଶି ଗୁଳି କରିବୁ । ସେହି ୨୫ ସାଂସଦଙ୍କ ଘରେ ଭଙ୍ଗାରୁଜା କରାଯିବ । ଏଥିଲାଗି ପ୍ରଶାସନ ଦାୟୀ ରହିବ । ଭିଡିଓ ଭାଇରାଲ୍ ହେବାପରେ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରୁ ଧରାଯାଇଛି ।