Live Live
LIVE

ଶ୍ରୀଲଙ୍କା ସରକାରଙ୍କ ବଡ଼ ନିଷ୍ପତ୍ତି, ବୁଧବାର ମିଳିବ ସାପ୍ତାହିକ ଛୁଟି

NEWS7
bobby-deol-s-son-will-also-act-in-films-the-actor-confirmed

ନୂଆଦିଲ୍ଲୀ: ଏଣିକି ଶ୍ରୀଲଙ୍କାରେ ପ୍ରତି ବୁଧବାର ମିଳିବ ସାପ୍ତାହିକ ଛୁଟି । ଅର୍ଥାତ ପ୍ରତି ବୁଧବାର ଦେଶରେ ସରକାରୀ ଅଫିସ, ସ୍କୁଲ, ବିଶ୍ୱବିଦ୍ୟାଳୟ ଏବଂ କୋର୍ଟ ଆଦି ବନ୍ଦ ରହିବ। ଏହା ଦ୍ବାରା ଦେଶରେ ଏବେ ସପ୍ତାହକୁ ୪ ଦିନ କାମ ହେବ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଉପୁଜିଥିବା ତୈଳ ସଙ୍କଟ କାରଣରୁ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ।

ଖାଲି ସେତିକି ନୁହେଁ ଶ୍ରୀଲଙ୍କା ସରକାର ସାର୍ବଜନୀନ ସମାରୋହ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଇନ୍ଧନ ବ୍ୟବହାରକୁ ସୀମିତ କରିବା ପାଇଁ ଯଥାସମ୍ଭବ ଘରୁ କାମ କରିବାକୁ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ଅତ୍ୟାବଶ୍ୟକ ସେବା କମିଶନର ଜେନେରାଲ ପ୍ରବାଥ ଚନ୍ଦ୍ରକିର୍ତ୍ତୀ କହିଛନ୍ତି, ଏହି ପଦକ୍ଷେପ ୧୮ ମାର୍ଚ୍ଚ ୨୦୨୬ରୁ କାର୍ଯ୍ୟକାରୀ ହେବ ଏବଂ ନ୍ୟାୟିକ ସେବା ଏବଂ ସାର୍ବଜନୀନ ଶିକ୍ଷା ସମେତ ସମସ୍ତ ରାଜ୍ୟ ପ୍ରତିଷ୍ଠାନ ପାଇଁ ଲାଗୁ ହେବ।

ପୂର୍ବପରି ଜାରି ରହିବ ଜରୁରୀ ସେବା

ସୂଚନାଥାଉକି, ବିଶ୍ବର ପ୍ରାୟ ୨୦ ପ୍ରତିଶତ ତୈଳ ରପ୍ତାନୀ ଷ୍ଟ୍ରେଟ ଅଫ୍ ହର୍ମୁଜ ପ୍ରଣାଳୀ ଦେଇ ହୋଇଥାଏ। ମାତ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରଠୁ ଇରାନ ଏହାକୁ ବନ୍ଦ କରିଛି ଫଳରେ ଅନେକ ଦେଶରେ ଶକ୍ତି ସଙ୍କଟ ଉପୁଜିଛି। ଏମିତିରେ ଶ୍ରୀଲଙ୍କାରେ ତୈଳ ସଙ୍କଟକୁ ଏଡ଼ାଇବା ପାଇଁ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେଙ୍କ ସହ ଏକ ସ୍ବତନ୍ତ୍ର ବୈଠକ ପରେ ଏହି ନିଆଯାଇଛି। ରାଷ୍ଟ୍ରପତି କହିଛନ୍ତି ମଧ୍ୟପ୍ରାଚ୍ୟ ସଂଘର୍ଷ ଯୋଗୁ ଉପୁଜିଥିବା ଶକ୍ତି ସଙ୍କଟରୁ ବର୍ତ୍ତିବା ପାଇଁ ଏହି ବୈଠକ ଡକାଯାଇଥିଲା।

ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କୁ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବା। ରାଷ୍ଟ୍ରପତି କହିଥିଲେ, ଆମକୁ ସବୁଠାରୁ ଖରାପ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। କିନ୍ତୁ ସର୍ବୋତ୍ତମ ପାଇଁ ଆଶା କରିବାକୁ ପଡ଼ିବ। ତେବେ ଜରୁରୀ ସେବା ଯେପରିକି ହସ୍ପିଟାଲ, ବନ୍ଦର ଏବଂ ଅନ୍ୟାନ୍ୟ ଜରୁରିକାଳୀନ ସେବା ପୂର୍ବପରି ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ।

Also Read: UPI in Sri Lanka: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏବେ ଶ୍ରୀଲଙ୍କାରେ କରି ହେବ ୟୁପିଆଇ ପେମେଣ୍ଟ

ଦେଶରେ ଲାଗୁ ହୋଇଛି ସୀମିତ ଇନ୍ଧନ ନିୟମ

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ଏହାର ସିଂହଭାଗ ଅଶୋଧିତ ତେଲ ଆମଦାନୀ କରୁଛି। ବିଦ୍ୟୁତ ପାଇଁ କୋଇଲା ମଧ୍ୟ କିଣୁଛି । ସିଙ୍ଗାପୁର, ମାଲେସିଆ ଏବଂ ଦକ୍ଷିଣ କୋରିଆରୁ ପେଟ୍ରୋଲିୟମ ଉତ୍ପାଦ କିଣୁଥିବାବେଳେ ମଧ୍ୟପ୍ରାଚ୍ୟରୁ ଅଶୋଧିତ ତେଲ ଆମଦାନୀ କରୁଛି । ଏହାରି ମଧ୍ୟରେ ରବିବାର ଦେଶରେ ଲୋକଙ୍କ ପାଇଁ ଇନ୍ଧନ ପରିମାଣ ଉପରେ କଟକଣା ଲଗାଇଛନ୍ତି ଶ୍ରୀଲଙ୍କା ସରକାର । ଶ୍ରୀଲଙ୍କା ସରକାର ଦେଶରେ ପ୍ରତି ଗାଡ଼ି ଚାଳକଙ୍କୁ ସପ୍ତାହକୁ ୧୫ ଲିଟର ତେଲ ଲିମିଟ ଲଗାଇଛନ୍ତି । ସେହିଭଳି ସାର୍ବଜନୀନ ସେବା ପାଇଁ ୨୦୦ ଲିଟର ନିୟମ ରହିଛି। 

ଶ୍ରୀଲଙ୍କା ପାଖରେ ରହିଛି ୬ ସପ୍ତାହରେ ଅଶୋଧିତ ତେଲ

ଶ୍ରୀଲଙ୍କାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଦେଶରେ ତେଲ ରିଜର୍ଭରେ ଥିବା ତେଲ ଦ୍ବାରା ପ୍ରାୟ ୬ ସପ୍ତାହର ତେଲ ରହିଛି। ଏମିତିରେ ଯୋଗାଣରେ କୌଣସି ପ୍ରକାର ବାଧା ସୃଷ୍ଟି ହେଲେ ଦେଶରେ ତେଲ ସମସ୍ୟା ଗୁରୁତର ହୋଇପାରେ। ଶ୍ରୀଲଙ୍କା ଭାରତ ଏବଂ ରୁଷ ଠାରୁ ତେଲ ଯୋଗାଣ ପାଇଁ ମଧ୍ୟ କଥାବାର୍ତ୍ତା ଜାରି ରଖିଥିବା ଜଣାପଡ଼ିଛି।

ଭାରତୀୟ କମ୍ପାନି ଠାରୁ କୋଇଲା କିଣିବ ଶ୍ରୀଲଙ୍କା

ମଙ୍ଗଳବାର କ୍ୟାବିନେଟ ବିବୃତ୍ତିରେ କୁହାଯାଇଛି ଯେ, ଶ୍ରୀଲଙ୍କାର କ୍ୟାବିନେଟ୍ ତରନଜୋତ ରିସୋର୍ସସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଭାରତୀୟ କମ୍ପାନି ଠାରୁ ୩ ଲକ୍ଷ ମେଟ୍ରିକ୍ ଟନ୍ କୋଇଲା କ୍ରୟକୁ ଜରୁରିକାଳୀନ ଅନୁମୋଦନ ଦେଇଛି। ଯୁଦ୍ଧ ଯୋଗୁ ଯୋଗାଣ ସଙ୍କଟ ମଧ୍ୟରେ ଶକ୍ତି ସଙ୍କଟରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଏହି ନିଷ୍ପତ୍ତି ନେଇଛି।ଦେଶର ବୈଦେଶିକ ମୁଦ୍ରା ସରିଯିବା ପରେ ଶ୍ରୀଲଙ୍କା ୨୦୨୨ରେ ୪୬ ବିଲିୟନ ଡଲାରର ବୈଦେଶିକ ଋଣ ପରିଶୋଧ କରିବାରେ ବିଫଳ ହୋଇଥିଲା। ସେବେଠାରୁ, କଲମ୍ବୋକୁ ଆଇଏମଏପରୁ ୨.୯ ବିଲିୟନ ଡଲାର ସହାୟତା ମିଳିଛି।