ବବି ଦାସ ସମ୍ବଲପୁରରୁ ନଲଢ଼ି ଯାଜପୁରରୁ ଲଢ଼ିଥିଲେ ଆମେ ସରକାର ଗଢ଼ିଥାନ୍ତୁ : ମହେଶ ସାହୁ

Published By : Prameya-News7 Bureau | February 04, 2025 IST

ଭୁବନେଶ୍ବର ୪: ବରିଷ୍ଠ ବିଜେଡ଼ି ନେତା ବବି ଦାସ ସମ୍ବଲପୁରରୁ ଲଢ଼ିବା ନିଷ୍ପତ୍ତି ଭୁଲ୍ ଥିଲା । ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ବିଜେଡ଼ିର ବରିଷ୍ଠ ନେତା ମହେଶ ସାହୁ । ବବି ଦାସ ସମ୍ବଲପୁରରୁ ଲଢ଼ିବା ନିଷ୍ପତ୍ତି ଭୁଲ୍ ଥିବା ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭୁଲ୍ ନିଷ୍ପତ୍ତି କ୍ରମେ ବବି ଦାସ ସମ୍ବଲପୁରରେ ଲଢେଇ କଲେ । ସମ୍ବଲପୁରରେ ଲଢେଇ ନକରି ଯାଜପୁରରେ ଲଢେଇ କରିଥିଲେ ଆମର ୧୦ରୁ ୧୨ ବିଧାୟକ ଆସିପାରିଥାନ୍ତେ । ଆମେ ସରକାର କରିଥାନ୍ତୁ । ଅତୀତରେ ଭୁଲ୍ ନିଷ୍ପତ୍ତି ଥିଲା । ସମ୍ବଲପୁରରୁ ଲଢ଼ିବାର ନଥିଲା ।

ସେହିଭଳି ବିଜେଡ଼ିରେ ମେଳି ବନ୍ଧୁଥିବା ନେତାଙ୍କୁ ଜବାବ ଦେଇ ମହେଶ କହିଛନ୍ତି, ପରାଜୟ ପରେ ଯିଏ ମୁହଁ ଖୋଲୁଛି ଠିକ୍ ନୁହେଁ । ନବୀନ ବାବୁ ଯେତେବେଳେ କ୍ଷମତାରେ ଥିଲେ ସେତେବେଳେ କହିଲେନି । ତମେ ତ ନବୀନ ବାବୁଙ୍କୁ ସାହସ କରି କଥାବାର୍ତ୍ତା କରିବ ନାହିଁ । ପରାଜୟ ପରେ ଏସବୁ କହିବାର ମାନେ କିଛିନାହିଁ । ମୁଁ ସେ ସପକ୍ଷରେ ନୁହେଁ । ନବୀନ ବାବୁ ଦେଖା ସାକ୍ଷାତ କରୁଛନ୍ତି । ଦେଖା କରିବାର ଆଗ୍ରହ ଥିବା ଦରକାର । କିଏ ମନା କଲା ବୋଲି କ’ଣ ଚୁପଚାପ ରହିବ । ବିଜେଡ଼ିରେ ବିଶୃଙ୍ଖଳାର ସ୍ଥାନ ନାହିଁ । ଯିଏ ବିଶୃଙ୍ଖଳା କରିବ ସେ ମନକୁ ବେଡ଼ିଙ୍ଗପତ୍ର ଧରି ଯିବ, ନହେଲେ ଆପେ ଆପେ ବାହାରିକି ଯିବ ବୋଲି ମହେଶ କହିଛନ୍ତି ।


You Can Read:

ଜଲାପୁଟ ଡ୍ୟାମ୍‌ରେ ଡ଼ଙ୍ଗା ବୁଡି : ୭୦ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ଏବେବି ନିଖୋଜ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.