ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ କଙ୍ଗୋର ଇକ୍ୱାଟୁର ପ୍ରଦେଶରେ ଏକ ମୋଟରଚାଳିତ ଡଙ୍ଗା ବୁଡ଼ିଯିବାରୁ ଅତି କମରେ ୮୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ କଙ୍ଗୋ ମିଡିଆରେ ଖବର ପ୍ରକାଶ ପାଇଛି। ସମାଚାର ଏଜେନ୍ସି ଅନୁଯାୟୀ, ବୁଧବାର ଦିନ ବାସନକୁସୁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ଏଥିରେ ଅଧିକାଂଶ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ଡଙ୍ଗାରେ ଅଧିକ ଲୋଡିଂ ଏବଂ ରାତିରେ ନାଭିଗେସନ ଯୋଗୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଦେଶର ମିଡିଆ କହିଛି।