କଟକ ୧୬।୮: ସ୍ବତନ୍ତ୍ର ଓଟିଇଟି ଦ୍ବନ୍ଦ୍ବ ଦୂର କଲେନି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ । ଆସନ୍ତା ୩୧ ତାରିଖରେ ସ୍ବତନ୍ତ୍ର ଓଟିଇଟି ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଲେନି । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି କରିବା ଏବେ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କଲେ ବୋର୍ଡ ସଭାପତି । ତେବେ ଖୁବ୍ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରିବାକୁ ସଭାପତି ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି । ହେଲେ ପରୀକ୍ଷାର ଠିକ୍ ପୂର୍ବ ରାତିରେ ଅପ୍ରତ୍ୟାଶିତ ଭାବରେ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ହେବା ଏଭଳି କରିବାର କାରଣ ଥିଲା ।
ଏମିତିରେ ଏହି ଘଟଣାର ତଦନ୍ତ ଭାର ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ । କ୍ରାଇମବ୍ରାଞ୍ଚ ତଦନ୍ତ କ୍ରମେ ବୋର୍ଡ ଉପସଭାପତି ନିହାର ମହାନ୍ତି, ବୋର୍ଡ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣା, ରାୟଗଡ଼ା ଜିଲ୍ଲାର ଏକ୍ସ କ୍ୟାଡ୍ର ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ରଙ୍କ ସମେତ ୮ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
You Can Read:
ପଦାରେ ପଡ଼ିଲା ବାବାଙ୍କ ଯୌନ କେଳେଙ୍କାରୀ : ଫେରାର ବେଳେ କାବୁକଲେ ଗ୍ରାମବାସୀ, ଗିରଫ କଲା ପୋଲିସ