ଏବେ ଆଉ ଭାଇରାଲ୍ କି ଲିକ୍ ହୋଇପାରିବନି ପ୍ରଶ୍ନପତ୍ର, ପ୍ରଥମଥର ଡିଜି ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ

Published By : Prameya-News7 Bureau | January 15, 2025 IST

କଟକ ୧: ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା । ଚଳିତ ବର୍ଷ ଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ, ବାରକୋର୍ଡ, ସିରିଏଲ ନମ୍ବର । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ସେହି ୱାଟର ମାର୍କ ଆସିଯିବ । କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର କେଉଁ ସେଣ୍ଟରର ଏବଂ କେଉଁ ହଲର ତାହା ସେଥିରୁ ଜଣାପଡିଯିବ । ଦେଶରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡ ଅନୁଧ୍ୟାନ କରିବା ପରେ ଏହି ୱାଟର ମାର୍କ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି । ପରୀକ୍ଷାମୂଳକ ଭାବେ ଆସନ୍ତା ୧୭ରେ ହେବାକୁ ଥିବା ଓଏସଏସଟିଇଟି ପରୀକ୍ଷା ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ଲଗାଯାଇଛି । 

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ ବଡ଼ ପଦକ୍ଷେପ, ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ

ଆସନ୍ତା ଫେବୃୟାରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ୩ ହଜାରରୁ ଉର୍ଦ୍ଧ୍ବ କେନ୍ଦ୍ରରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ । ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ୍ ନମ୍ବର ଓ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ସମସ୍ତ ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ବ୍ୟବସ୍ଥାରେ ରହିଛି । ଖାଲି ସେତିକି ନୁହେଁ ୱାଟର ମାର୍କ ସହ ବାର୍ କୋଡ୍ ଓ ସିରିୟଲ ନମ୍ବର ମଧ୍ୟ ରହିବ । ତେଣୁ ପ୍ରଶ୍ନପତ୍ର ଯଦି ଭାଇରାଲ ହେଲା ତେବେ ତାହା କେଉଁ ସେଣ୍ଟରରୁ ଏବଂ କେଉଁ ପରୀକ୍ଷାର୍ଥୀଙ୍କର ତାହା ଜାଣିବା ଅତି ସହଜ ହେବ । ତେଣୁ ଏହି ୱାଟର ମାର୍କ ବ୍ୟବସ୍ଥା ଦ୍ୱାରା ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରତିହତ ହୋଇ ପାରିବ । 


ସେହିଭଳି ଡିଜି ଲକର ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନପତ୍ର ଲିକ୍‌କୁ ରୋକିବ ଡିଜି ଲକର । ଆସନ୍ତା ୧୭ ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସଏସଟିଇଟିରେ ଏହି ଡିଜି ଲକର ପ୍ରଥମ ଥର ବ୍ୟବହାର ହେବ । ପ୍ରଥମେ ୧୮୩ଟି ପରୀକ୍ଷା କେନ୍ଦ୍ରରେ ଲାଗିବ ଏହି ଡିଜି ଲକର । ଗୋଟିଏ ଲକରର ଭଡା ୫୨୦୦ ଟଙ୍କା ରହିଛି । ପ୍ରଶ୍ନପତ୍ର ନିଆଯାଉଥିବା ବାକ୍ସରେ ଏହି ଡିଜି ଲକର ବ୍ୟବହାର ହେବ । ଏହାଦ୍ବାରା ପ୍ରଶ୍ନପତ୍ର ଯାଉଥିବା ବାକ୍ସର ଲୋକେସନକୁ ଜାଣିହେବ । ଏମିତିକି ବାକ୍ସ ଖୋଲିବା ପାଇଁ କୋଡ୍ ମଧ୍ୟ ଦେବାକୁ ପଡ଼ିବ । ଏହାଦ୍ବାରା ପ୍ରଶ୍ନପତ୍ରକୁ ଭାଇରାଲ୍‌କୁ ରୋକାଯାଇ ପାରିବ । ଯଦି ଏଥିରେ ସଫଳତା ମିଳେ ତେବେ ଆଗାମୀ ଦିନରେ ଏହି ଡିଜି ଲକରକୁ ବୋର୍ଡ ପରୀକ୍ଷାରେ ବ୍ୟବହାର କରାଯାଇ ପାରେ ବୋଲି ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ଏହି ପଦକ୍ଷେପ ଉଭୟ ମାଟ୍ରିକ ଓ ଓଏସଏସଟିଇଟି ପରୀକ୍ଷା ସୁପରିଚାଳନା ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି ।

You Can Read:

ବିରୋଧୀ ଦଳ ଉପନେତାଙ୍କ ଘରେ ବିଜେଡ଼ି ନେତାଙ୍କ ଭିଡ଼, ପ୍ରସନ୍ନ କହିଲେ- ଦେହ ଖରାପ ଥିବାରୁ ଭେଟିବାକୁ ଆସିଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.